ନୂଆ ରାଜନୈତିକ ଦଳ ଗଠନର ଘୋଷଣା କଲେ ତୋଗଡ଼ିଆ

0

ଲକ୍ଷ୍ନୌ : ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆ ମଙ୍ଗଳବାର ଅଯୋଧ୍ୟାଠାରେ ନୂଆ ରାଜନୈତିକ ଦଳ ଗଠନର ଘୋଷଣା କରିଛନ୍ତି। ଏହାସହ କ’ଣ ପାଇଁ ତାଙ୍କୁ ନୂଆ ରାଜନୈତିକ ଦଳ ଗଠନ କରିବାକୁ ପଡ଼ିଲା, ଭବିଷ୍ୟତରେ ତାଙ୍କ ଦଳର ଋଣନୀତି କ’ଣ ହେବ ତାହା ସେ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ସାମାଜିକ-ସାଂସ୍କୃତି ସଂଗଠନ ପାଇଁ କାମ କରିବାକୁ ପସନ୍ଦ କରନ୍ତି। ସେ ବ୍ୟକ୍ତିଗତ କିମ୍ବା ପରିବାର ଲାଭ ପାଇଁ କିଛି କରିନାହାନ୍ତି। ରାମ ମନ୍ଦିର ନିର୍ମାଣ ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ରହିଛି। ଶାସନକୁ ଆସିବା ପରେ ବିଜେପି ତାଙ୍କ ଯୋଗଦାନକୁ ଭୁଲିଗଲା। ତେଣୁ ତାଙ୍କୁ ଆଉ ଏକ ରାଜନୈତିକ ଦଳ ଗଠନ କରିବାକୁ ପଡ଼ୁଛି। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳର ସ୍ଲୋଗାନ ରହିବ ‘ଅବକି ବାର, ହିନ୍ଦୁତ୍ୱ ସରକାର’। ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟମନ୍ଦିର ନିର୍ମାଣ ତାଙ୍କ ଦଳର ବଡ଼ ଲକ୍ଷ୍ୟ ଓ ମୁସଲମାନ ଜନସଂଗ୍ୟା ନିୟନ୍ତ୍ରଣ ତାଙ୍କ ଦଳର ମୁଖ୍ୟ ପ୍ରସଙ୍ଗ ରହିବ। ତାଙ୍କ ଦଳ ଆସନ୍ତା ନିର୍ବାଚନରେ ବିଧାନସଭାରେ ପ୍ରାର୍ଥୀ ଦେବ ନାହିଁ। କିନ୍ତୁ ତାଙ୍କ ଦଳର ଧ୍ୟାନ ଲୋକସଭା ଉପରେ ରହିଛି। ସଦସ୍ୟତା ସଂଗ୍ରହ ପାଇଁ ସେ ୮୦୧୦୩୩୧୧୭୦ ମୋବାଇଲ ନମ୍ବର ଜାରି କରିଛନ୍ତି। ଏହି ନମ୍ବରରେ ମିସ୍‍ କଲ କରିବା ଲୋକଙ୍କ ସହ ତାଙ୍କ କାର୍ଯ୍ୟକର୍ତ୍ତା ଯୋଗାଯୋଗ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply