କୁମ୍ଭକାରଙ୍କୁ ବୈଦ୍ୟୁତିକ ଚକ ବିତରଣ କଲେ ପ୍ରତାପ ଷଡ଼ଙ୍ଗୀ

ପୁରୀ: ଶ୍ରୀଜୀଉଙ୍କ ପାଇଁ ହାଣ୍ଡି, କଳସୀ ଆଦି ନିର୍ମାଣ ପାଇଁ ପୁରୀ ଜିଲା କୁମ୍ଭାରପଡ଼ା ଗାଁ’ର କୁମ୍ଭକାରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ୧୨୦ଟି ବିଦ୍ୟୁତ୍‍ ଚାଳିତ ଚକ ବଣ୍ଟନ କରିଛନ୍ତି। ଗୁରୁବାର ପୁରୀର ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ କୁମ୍ଭକାରଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ବିଦ୍ୟୁତ ଚାଳିତ ଚକ ବିତରଣ ସମାରୋହରେ ମନ୍ତ୍ରୀ କୁମ୍ଭକାରମାନଙ୍କୁ ଏହି ଚକ ବଣ୍ଟନ କରିଛନ୍ତି। ଏହାସହିତ ଅନେକ ସହଯୋଗୀ ବୈଦ୍ୟୁତିକ ସରଞ୍ଜାମ ମଧ୍ୟ ବିତରଣ କରିଛନ୍ତି।

ଏହି ବିତରଣ ସମାରୋହରେ ଖଦି ଓ ଗ୍ରାମଦ୍ୟୋଗ କମିଶନ ବିଜୟ କୁମାର ସକ୍ସେନା ଉପସ୍ଥିତ ଥିଲେ।

Comments are closed.