ବିଜେପି ଆତ୍ମସମୀକ୍ଷା କରୁ : ପ୍ରତାପ ଦେବ

0

ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଦିଲୀପ ରାୟ ଓ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଯେଉଁ ଦଳ ଛାଡିଛନ୍ତି ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ତେବେ ଏହି ଦୁଇ ତୁଙ୍ଗ ନେତା କାହିଁକି ଦଳ ଛାଡିଲେ ସେନେଇ ବିଜେପି ଏବେଠାରୁ ସମୀକ୍ଷା କରୁ ବୋଲି ବିଜେଡ଼ି ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି। ଶ୍ରୀ ଦେବ କହିଛନ୍ତି ଯେ କେଉଁ ପରିପ୍ରେକ୍ଷୀରେ ନେତା ଦଳ ଛାଡନ୍ତି ତାହାର ପ୍ରଚ୍ଛଦପଟ୍ଟର କାହାଣୀ କ’ଣ ସେ ହିଁ କହିପାରିବେ, ଏଥିରେ ବିଜେଡ଼ିର କୌଣସି ପ୍ରତିକ୍ରିୟା ନାହିଁକି କି ପ୍ରଭାବ ପଡିବ ନାହିଁ।

Leave A Reply