ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରତାପ ଦେବ

ଭୁବନେଶ୍ବର : ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ପରେ ଏବଂ ବିଧାନସଭାରେ ବିଧାୟକ ଭା‌େବେ ଶପଥ ନେବା ପରେ ‌ରାଜ୍ୟସଭା ସଦସ୍ୟ ପଦରୁ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି । ପୂର୍ବରୁ ବିଧାୟକ ଭା‌େବେ ଶପଥ ନେଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସେହିପରି ଲୋକସଭାକୁ ନିର୍ବାଚିତ ହୋଇଥିବା ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ମଧ୍ୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ମୋଟାମୋଟି ଭାବେ ୪ଜଣ ରାଜ୍ୟସଭା ସଦସ୍ୟ ନିଜ ପଦରୁ ଇସ୍ତଫା ଦେବା ପରେ ଏବେ ରାଜ୍ୟରୁ କିଏ ରାଜ୍ୟ ସଭାକୁ ଯିବେ ସେ ନେଇ ଲବି ଆରମ୍ଭ ହୋଇଯାଇଛି ।

Comments are closed.