ନୀତୀଶଙ୍କ ବିହାର ବିକାଶକୁ ପ୍ରଶାନ୍ତଙ୍କ ସମାଲୋଚନା

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲେଚନା କରିଛନ୍ତି ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର। ବିହାରକୁ ଦେଶର ୧ନମ୍ବର ରାଜ୍ୟରେ ପରିଣତ କରିବା ଲାଗି ନୀତୀଶ ଯେଉଁ ଯୋଜନା କରିଛନ୍ତି ତାକୁ ସମାଲୋଚନା କରିଛନ୍ତି ପ୍ରଶାନ୍ତ। ସେ କହିଛନ୍ତି ଯେ ବିଜେପି ସହିତ ମେଣ୍ଟ ସମ୍ପର୍କକୁ ବଜାୟ ରଖିବା ଲାଗି ନୀତୀଶ ବିହାର ବିକାଶରେ ସାଲିସ କରିଛନ୍ତି। ମଙ୍ଗଳବାର ଠାରୁ ‘ବାତ ବିହାର କି’ ନାମରେ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ପ୍ରଶାନ୍ତ କହିଛନ୍ତି ବିହାରକୁ ଦେଶର ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରଖିବା ଲାଗି ସେ କାମ କରିବେ। ଏହି ସମାଲୋଚନାର ଜବାବ ଦେଇ ଜେଡିୟୁ କହିଛି ଯେ ପ୍ରଶାନ୍ତ ରାଜନୀତି ଛାଡି ବ୍ୟବସାୟରେ ମନ ଦେବା ଦରକାର। ନଚେତ ସେ ଆମ ଆଦମୀ ପାର୍ଟି ପାଇଁ କାମ କରିବା ଦରକାର। ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିବା ପ୍ରଶାନ୍ତ ସିଏଏକୁ ସମାଲୋଚନା କରିବା ପରେ ଦଳରୁ ବିତାଡିତ ହୋଇଛନ୍ତି।

Comments are closed.