ରାଜନୈତିକ ବିବିଧତାକୁ ସମ୍ମାନ ଦେବା ଆବଶ୍ୟକ – ପ୍ରସାର ଭାରତୀ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ନିର୍ବାଚନ ସମ୍ବନ୍ଧିୟ ଖବର ପ୍ରସାରଣ ସମୟରେ ରାଜନୈତିକ ବିବିଧତାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ପ୍ରସାର ଭାରତୀ ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ କହିଛନ୍ତି I ସାଧାରଣ ନିର୍ବାଚନ ସଂକ୍ରାନ୍ତରେ ଆକାଶବାଣୀର ସମ୍ବାଦ ସେବା ବିଭାଗ ଓ ଡି.ଡି. ନ୍ୟୁଜ୍‍ ଦ୍ୱାରା ଆୟୋଜିତ ଏକ ମିଳିତ ସମ୍ମିଳନୀକୁ ଉଦ୍‍ଘାଟନ କରି ସେ ଏହା କହିଛନ୍ତି। ଏହି ଅବସରରେ ତଥ୍ୟ ଓ ପ୍ରସାରଣ ସଚିବ ଅମିତ ଖରେ କହିଛନ୍ତି, ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ସେମାନଙ୍କର ବିଶ୍ୱସନୀୟତା ପାଇଁ ବେଶ୍‍ ପରିଚିତ ଯାହା ସାମ୍ପ୍ରତିକ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକ୍‍ ଖବର ପ୍ରସାରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରସାର ଭାରତୀ ସି.ଇ.ଓ. ଶଶି ଶେଖର ବେମ୍ପତି ଦୁଇ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ଆକାଶବାଣୀର ସମ୍ବାଦସେବା ବିଭାଗ ମହାନିର୍ଦ୍ଦେଶକ ଇରା ଯୋଶୀ କହିଛନ୍ତି, ଲୋକମାନଙ୍କ ପାଖରେ ବିଶ୍ୱସନୀୟ ଖବର ପହଞ୍ଚାଇବାରେ ଆକାଶବାଣୀ ସମ୍ବାଦ ଅନେକ ପଦକ୍ଷେପ ଗ୍ରହଣ କରିଛି।

Leave A Reply