ଇଦ ନମାଜ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର, – ସମ୍ବଲପୁରର ସାକ୍ଷୀପଡା ସ୍ଥିତ ଇଦଗାହ ଠାରେ ଇଦ ନମାଜ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଦଗା ପରିଚାଳନା କମିଟୀ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବୈଠକରେ ଚଳିତ ବର୍ଷର ଇଦ ନମାଜ କାର୍ଯ୍ୟକ୍ରମକୁ ପ୍ରଶାସନର ସହଯୋଗରେ ଶୃଙ୍ଖଳିତ ଓ ସୂଚାରୁ ରୂପେ ଆୟୋଜନ ପାଇଁ ସଦସ୍ୟ ମାନେ ସୁଚିନ୍ତିତ ମତାମତ ଦେଇଥିଲେ । ଏଥି ସହ ଚଳିତ ବର୍ଷର ଇଦ ନମାଜ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତା ମେ ୧ ତାରିଖ ରବିବାର ଦିନ ଯଦି ଚନ୍ଦ୍ର ଦର୍ଶନ ହେବ, ତାହା ହେଲେ ୨ ତାରିଖ ସୋମବାର ସକାଳ ୭ଘ. ୫ ମି.ରେ ଇଦ ର ନମାଜ ଆରମ୍ଭ ହେବ । ନଚେତ ମେ ୩ ତାରିଖ ମଙ୍ଗଳବାର ସକାଳ ୭ଘ. ୫ମି.ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଇଦ ର ନମାଜ ଅନୁଷ୍ଠିତ ହେବ । ଇଦ ର ନମାଜ ସ୍ଥାନୀୟ ପଲଟନ ମସଜିଦ, ପେନସନପଡାର ମୌଲାନା କାସିମ ରାଜା ନିଆମୀ ସମସ୍ତଙ୍କୁ ପାଠ କରାଇବେ । ଏହି ପ୍ରସ୍ତୁତି ବୈଠକରେ ଇଦଗାହ କମିଟିର ସଭାପତି ମହମ୍ମଦ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଅଧ୍ୟକ୍ଷତା କରିଥିବା ବେଳେ ଉପ ସଭାପତି ଅସରଫ ଖାନ, ସମ୍ପାଦକ ଶେଖ ଶଖାଉତୁଲ୍ଲା (ସକୁ), ହାଜି ମହମ୍ମଦ ମୁଝଫର, ମହମ୍ମଦ ଜୁବେର (ତନହା), ଶେଖ ସୁଲେମାନ, ମହମ୍ମଦ ହାସିମ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ଇଦଗାହ ପରିଚାଳନା କମିଟି, ସାକ୍ଷୀପଡା ତରଫରୁ ସୂଚନା ଦିଆଯାଇଛି ।

Comments are closed.