ଭାରତର ଅର୍ଥନୀତି ୬ ଲକ୍ଷ କୋଟି ଡଲାରରେ ପହଞ୍ଚିବା କଥା: ପ୍ରଣବ ମୁଖାର୍ଜୀ

0

ବେଙ୍ଗାଲୁରୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଗ୍ରୀନ୍‍ଉଡ୍‍ ହାଇ ଇଣ୍ଟରନ୍ୟାଶ୍‍ନାଲ୍‍ ସ୍କୁଲ୍‍ରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତର ଅର୍ଥନୀତି ୫ କିମ୍ବା ୬ ଲକ୍ଷ କୋଟି ଡଲାରରେ ପହଞ୍ଚିବା କଥା। କିନ୍ତୁ ଏହା କେବଳ ୨.୨୬ ଲକ୍ଷ କୋଟି ଡଲାରରେ ସୀମିତ ରହିଛି। ଆମେ ଏହାଠାରୁ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତେ ବୋଲି ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ଭାବେ ସେ ଉପଲବ୍ଧି କରୁଛନ୍ତି। ଅବଶ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ କହିଛନ୍ତି। ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହକୁ ମହାକାଶ ଯାନ ପଠାଇବାରେ ଭାରତ ଜାତିସଂଘର ୧୮୪ଟି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରଥମ। ସେହିପରି ଆମର ସେନା ବିଶ୍ୱର ତୃତୀୟ ସର୍ବବୃହତ ବୋଲି ସେ କହିଛନ୍ତି।

Leave A Reply