ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ : ବାଂଲାଦେଶ ପାର୍ଲାମେଣ୍ଟରେ ଉଦବୋଧନ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ଢାକା : ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ବାଂଲାଦେଶ ପାର୍ଲାମେଣ୍ଟ-ଜାତୀୟ ସଙ୍ଗସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ଉଦବୋଧନ ଦେବାପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆମନ୍ତ୍ରଣ କରାଯିବ। ବାଂଲାଦେଶ ରାଷ୍ଟ୍ରପତିଙ୍କ ପ୍ରେସ୍‍
ସଚିବ ଜୟନାଲ ଆବେଦିନ୍‍ ମଙ୍ଗଳବାର ଢ଼ାକାରେ ଏହା ଘୋଷଣା କରିଛନ୍ତି। ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର
ଅଧିବେଶନରେ ଉଦବୋଧନ ଦେବାକୁ ଆମନ୍ତ୍ରଣ କରାଯିବ।
ପାର୍ଲାମେଣ୍ଟ ସଚିବାଳୟର ଜଣେ ମୁଖପାତ୍ର କହିଛନ୍ତି ବାଂଲାଦେଶ ପାର୍ଲାମେଣ୍ଟରେ ବିଦେଶୀ ନେତା ଉଦବୋଧନ ଦେବାରେ ଏହା ହେବ ତୃତୀୟ ଘଟଣା । ବାଂଲାଦେଶ ସଙ୍ଗସଦର ଏହି ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ମାସ ୨୨ ଓ ୨୩ ତାରିଖରେ ବସିବ। ଆସନ୍ତା ୧୭ ତାରିଖରୁ ବାଂଲାଦେଶ ମୁଜିଫ ଶତବାର୍ଷିକୀ ବର୍ଷ ପାଳନ ଆରମ୍ଭ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଉତ୍ସବରେ ଯୋଗଦେବାପାଇଁ ଆମନ୍ତ୍ରଣ କରାଯିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ବିଷୟରେ ବିଚାର ବିମର୍ଷ ଚାଲିଛି। ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆସନ୍ତା ମାସ ପ୍ରଥମ ସପ୍ତାହରେ ଏଥିପାଇଁ ଢ଼ାକା ଗସ୍ତ କରିବାର ଆଶା କରାଯାଉଛି।

Comments are closed.