ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ, ସ୍ୱାସ୍ଥ୍ୟବସ୍ଥାରେ ହେଉନି ସୁଧାର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ସୂଚନା ଦେଇଛି। ହସ୍ପିଟାଲ ବୁଲେଟିନ ଅନୁଯାୟୀ ସେ ଗଭୀର କୋମାରେ ଅଛନ୍ତି ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି।

ଆଜି ସକାଳେ ହସ୍ପିଟାଲ ପକ୍ଷରୁ ଏକ ବିଶେଷଜ୍ଞ ଦଳ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଯାଞ୍ଚ କରିବା ପରେ କହିଛନ୍ତି ଯେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ଭେଣ୍ଟିଲେଟର ସହାୟତାରେ କୋମାରେ ରହିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତ ଅଗଷ୍ଟ ୧୦ରେ ଆର୍ମି ହସ୍ପିଟାଲରେ ମସ୍ତିଷ୍କରେ ଜମାଟ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

Comments are closed.