ନିର୍ବାଚନ ଆୟୋଗ ବିଶ୍ଵାସୀ ହେବା ଜରୁରୀ – ପ୍ରଣବ

ନୂଆଦିଲ୍ଲୀ: ମେ ୨୩ରେ ଭୋଟ ଗଣତି ପୂର୍ବରୁ ଇଭିଏମ ସ୍ଥାନାନ୍ତରଣ ବେଳେ ବିଭିନ୍ନ ମହଲରୁ ଏଭିଏମରେ ଟାମ୍ପରିଙ୍ଗ କରାଯାଉଥିବା ଓ ବଦଳାଯାଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂସ୍ଥାଗତ ବିଶ୍ୱସନୀୟତା ବଜାୟ ରଖିବାକୁ ନିର୍ବାଚନ ଆୟୋଗକୁ ଆହ୍ୱାନ ଦେଇଛନ୍ତି। ଟ୍ୱିଟରରେ ନିଜ ମତ ଉପସ୍ଥାପନ କରି ପ୍ରଣବ ଇଭିଏମ ସୁରକ୍ଷା ନେଇ ବିଭିନ୍ନ ସମୟରେ ଆସୁଥିବା ପ୍ରଶ୍ନରେ ଚିନ୍ତିତ ବୋଲି କହିଛନ୍ତି।

ଟ୍ୱିଟ କରି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ ରାଜନେତା ପ୍ରଣବ ମୁଖାର୍ଜୀ କହିଛନ୍ତି, ନିର୍ବାଚନ ଆୟୋଗ ଅଧୀନରେ ଥିବା ଇଭିଏମର ଦାୟିତ୍ୱ ଆୟୋଗର ଓ ସେଥିରେ ସମ୍ଭାବନା କିମ୍ବା ଆକଳନର ପ୍ରଶ୍ନ ରହିବ ଉଚିତ ନୁହେଁ। ସେ କହିଛନ୍ତି ଯେ ଜନତାଙ୍କ ନିଷ୍ପତ୍ତି ସର୍ବମାନ୍ୟ ଏବଂ ତା ଉପରେ ସନ୍ଦେହ ରହିବ ଉଚିତ ନୁହେଁ। ପୂର୍ବତନ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏଭଳି ବିଶ୍ୱସନୀୟତା ସୃଷ୍ଟି କରିବା ଆବଶ୍ୟକ ଯେଉଁଥିରେ କେହି ପ୍ରଶ୍ନ ବି କରିପାରିବେ ନାହିଁ।

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ ଇଭିଏମକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ନିର୍ବାଚନ ଆୟୋଗକୁ ବିରୋଧ କରାଯାଉଥିବା ବେଳେ ପ୍ରଣବଙ୍କ ବୟାନ ଉଭୟ ଶାସକ ଓ ବିରୋଧୀ ଗୋଷ୍ଠୀଙ୍କୁ ଖୋରାକ ଯୋଗାଇଛି। ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ସେ ନିର୍ବାଚନ ଆୟୋଗକୁ ନିଜର କାର୍ଯ୍ୟଧାରା ପାଇଁ ପ୍ରଶଂସା କରିଥିବା ବେଳେ, ବିଶ୍ୱାସୀ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। କେବଳ ବିରୋଧୀ ଦଳ ନୁହେଁ, ବରଂ କିଛି ଦିନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ସଦସ୍ୟ ଅଶୋକ ଲବାସା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ କ୍ଷେତ୍ରରେ ଆୟୋଗର ଆଚରଣ ବିଧି ସମ୍ପର୍କିତ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ଓ ସମସ୍ତ ବୈଠକ ବହିଷ୍କାର କରିଥିଲେ।

Comments are closed.