ମଧୁସୂଦନ ମହାନ୍ତଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ପୁରୁଣିଆ ଗ୍ରାମର ମଧୁସୂଦନ ମହାନ୍ତଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ସମ୍ମାନ ମିଳିଛି । ପାଟଣା ବ୍ଲକ ପରିସରରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ପାଟଣା ରେଞ୍ଜର ପବିତ୍ର ମୋହନ ନାୟକଙ୍କ ଉପସ୍ଥିତିରେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ବାରା ମଧୁସୂଦନ ମହାନ୍ତଙ୍କୁ ପୁରସ୍କୃତ କରାଯାଇଛି । ଏହା ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ଏକ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିଜ ପଞ୍ଚାୟତ ଅଞ୍ଚଳରେ ୪ ହଜାର ଚାରା ରୋପଣ କରି ଗଛ ଗୁଡ଼ିକୁ ବଡ଼ କରିବାରେ ମହତ୍ ଯୋଗଦାନ ପାଇଁ ମଧୂସୁଦନଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ମିଳିଛି ।

Comments are closed.