କଂଗ୍ରେସ କୃଷି ବିଲ୍‍ର ରାଜନୀତିକରଣ କରୁଛି – ଜାବଡେକର

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କଂଗ୍ରେସ ପାର୍ଟି କୃଷି ବିଲ୍‍ର ରାଜନୀତିକରଣ କରୁଥିବା କହିବା ସହ ତାହାର ସମାଲୋଚନା କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜାବଡେକର କହିଛନ୍ତି ଯେ କଂଗ୍ରେସ ପାର୍ଟି କୃଷକମାନଙ୍କୁ ବିଭ୍ରାନ୍ତ କରୁଛି।

କଂଗ୍ରେସର ଏହି ଚାଲରେ କୃଷକମାନେ ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଏହିସବୁ ସଂସ୍କାରଗୁଡ଼ିକ ଅଣାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି।

Comments
Loading...