ମମତା ଦାଶ ପାଇବେ ବିଷୁବ ପୁରସ୍କାର

କଟକ: ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ୧୨ତାରିଖରୁ ୭୩ତମ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ କବି ତଥା କଥାକାର ମମତା ଦାଶଙ୍କୁ ସମ୍ମାନଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯିବ। ସେହିପରି ସାହିତ୍ୟ ସମାଲୋଚନା ପାଇଁ ପ୍ରଫେସର ଗୁରୁଚରଣ ବେହେରା, କବିତା ପାଇଁ ତପନ ପଟ୍ଟନାୟକ, ଗଳ୍ପ ପାଇଁ ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କୁ ‘ଝଙ୍କାର ପୁରସ୍କାର’ ଓ ଅନୁବାଦ- ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନରେନ୍ଦ୍ର ସେଠୀଙ୍କୁ ‘ଝଙ୍କାର ଅନୁବାଦ- ଭାରତୀ’ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି।

Comments are closed.