୨୨ତମ ବାର୍ଷିକ ଉତ୍ସବ ଓ ସମ୍ମାନ ସମାରୋହ

ବାଙ୍କୀ :  କଳାପଥର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆୟୋଜନରେ ଗୁରୁବାର ଦିନ ଅନୁଷ୍ଠାନର ୨୨ତମ ବାର୍ଷିକ ଉତ୍ସବ ଓ ସମ୍ମାନ ସମାରୋହ ଆଧ୍ୟାତ୍ମିକତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ରାଜଯୋଗିନୀ ଗୀତା ଭଉଣୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ଡ.ପ୍ରତିଭା ମହାରଥୀ, ସମ୍ମାନିତ ଅତିଥି ଭାବରେ ପ୍ରବଚକ ଡ.ଗଣେଶ୍ୱର ସ୍ୱାଇଁ, ମନୋରମା ଭଉଣୀ, ଭୂବନେଶ୍ୱର ଆଶ୍ରମର ସଂଚାଳିକା ଗୀତା ଭଉଣୀ, କୁନି ଭଉଣୀ, ବ୍ରହ୍ମାକୁମାରୀ ରିତା ଭଉଣୀ, ଦେବଯାନୀ ଭଉଣୀ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ସମାବେଶରେ ପବିତ୍ର ଜୀବନ ଜିଇବା ପାଇଁ ସୁଖ, ଶାନ୍ତି ଓ ପ୍ରାପ୍ତିର ଆହ୍ୱାନ କରିବା ସହ ବିଶ୍ୱାସ, ଶ୍ରଦ୍ଧା, ଭକ୍ତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନୁଷ୍ଠାନର ସଂଚାଳିକା ଯାଜ୍ଞସେନୀ ଭଉଣୀ ସ୍ୱାଗତ ବକ୍ତବ୍ୟ ରଖିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଜୟ ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଧ୍ୟାତ୍ମିକ ପରିବେଶ ଭିତରେ ୨୧ ଯୋଡି ଦମ୍ପତ୍ତିଙ୍କୁ ଉତ୍ତରୀୟ ଓ ମୁକୁଟ ପିନ୍ଧାଇ ସମ୍ମାନିତ କରାଯାଇଛି । ବ୍ରହ୍ମାକୁମାରୀ ଜୋସ୍ନା ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେବା କେନ୍ଦ୍ରର ସମସ୍ତ ଭାଇଭଇଣୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.