ଭୋପାଳରେ ଝାଡୁ ଲଗାଇବେ ପ୍ରଜ୍ଞା ଠାକୁର,ପୂର୍ବରୁ ସ୍ୱସ୍ଥ ଭାରତ ଯୋଜନା ବିରୁଦ୍ଧରେ ଦେଇଥିଲେ ମନ୍ତବ୍ୟ

ନୂଆଦିଲ୍ଲୀ . – ଭୋପାଳରୁ ସାଂସଦ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଭୋପାଳରେ ଝାଡୁ କରିବା ସହ ସ୍ୱଚ୍ଛ ଭାରତର ବାର୍ତ୍ତା ଦେବେ । କିଛି ଦିନ ତଳେ ସେ ସ୍ୱଚ୍ଛତା ବିରୋଧରେ ଏକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ସେ ନଳା ସଫା କରିବା ପାଇଁ ନୁହନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆମେ ତମର ଶୌଚାଳୟ ସଫା କରିବା ପାଇଁ ନୁହଁ , ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ଭଲ ଭାବରେ କରିବି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

ଏହାପରେ ପ୍ରଜ୍ଞା ସିଂ ଠାକୁରଙ୍କୁ ସମାଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱଚ୍ଛତା ବାର୍ତ୍ତା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯ।ଇଥିଲା । ମାତ୍ର ପ୍ରଜ୍ଞା ସିଂ ଠାକୁର ସ୍ୱଚ୍ଛତାକୁ ନେଇ ବିବାଦୀୟ ବୟାନ ଦେଇଥିଲେ ।

ବିଜେପି କେନ୍ଦ୍ରୀୟ ନେତୃତ୍ୱର ନିର୍ଦେଶ ମିଳିବା ପରେ ପ୍ରଜ୍ଞା ସିଂ ଠାକୁର ସ୍ୱଚ୍ଛତାର ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି ।ଜୁଲାଇ ୨୬ ତାରିଖରେ ପ୍ରଜ୍ଞାଠାକୁର ଭୋପାଳ ଯିବେ । ୩୦ ଓ ୩୧ ତାରିଖରେ ସେ ସର୍ବସାଧାରଣରେ ଝାଡୁ ଲଗାଇବା ସହ ସ୍ୱଚ୍ଛତାର ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି ।
ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚା କୁ ଆସିଛନ୍ତି ।

Comments are closed.