କ୍ରିକେଟରୁ ଅବସର ନେଲେ ପ୍ରଜ୍ଞାନ ଓଝା

ସମାଜ ପୋର୍ଟାଲ ଡେସ୍କ : କ୍ରିକେଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା। କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ଅବସର ଘୋଷଣା କରିଛନ୍ତି ଏହି ଓଡିଶାରେ ଜନ୍ମିତ କ୍ରିକେଟର ପ୍ରଜ୍ଞାନ ଓଝା। ଆଜି ନିଜ ଟ୍ବିଟରେ ସେ ଏକ ପତ୍ର ସେୟାର କରିଛନ୍ତି। ଏହି ପତ୍ର ମାଧ୍ୟମରେ ସେ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରୁଥିବା ଉଲ୍ଲେଖ କରିଛନ୍ତି। ଏଥି ସହିତ ଏହି ପତ୍ରରେ ପ୍ରଜ୍ଞାନ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ, ଟିମ ସହକର୍ମୀ ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ,ଧୋନି ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ପ୍ରଜ୍ଞାନ ୧୪ ବର୍ଷ କ୍ରିକେଟ ଖେଳିଛନ୍ତି।

୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳି ମୋଟ ୨୧ଟି ଓ୍ଵିକେଟ ନେଇଛନ୍ତି । ଏହା ପରବର୍ଷ ଅର୍ଥାତ ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ ।

Comments are closed.