ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ 

ବୌଦ୍ଧ : ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ବୌଦ୍ଧ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହିତ ପୁରୁଣା କଚେରୀଠାରେ ଥିବା ଐତିହାସିକ ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ବୌଦ୍ଧର ଐତିହାସିକ ସଂଗ୍ରହାଳୟ ଦେଖି ଅଭିଭୁତ ହେବା ସହିତ ଜିଲ୍ଲା ପାଇଁ ଏହି ସଂଗ୍ରହାଳୟ ପରିଚୟ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ଶହେବର୍ଷ ପୂର୍ବରୁ ରାଜାଙ୍କ ଦ୍ୱାରା ନିର୍ମିତ ପୂରାତନ କଚେରୀ କୋଠାକୁ ସଂଗ୍ରହାଳୟ ଭାବରେ ଉପଯୁକ୍ତ ସଂରକ୍ଷଣ ମିଳିବା ସହିତ ଏଥିରେ ସ୍ଥାନିତ ହୋଇଥିବା ପୂରାତନ ସାମଗ୍ରୀ ଅଂଚଳର ପୂରାତନ ଲୋକକଳା, ସଂସ୍କୃତି, ହସ୍ତଶିଳ୍ପ, କାରିଗରୀ ଓ କିର୍ତ୍ତିରାଜୀକୁ ସଂରକ୍ଷଣ ମିଳିବ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଆର୍କିଟେକ ସୁମନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.