ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ସାଂସଦ ଶରତ କରଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଓ ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱର୍ଗତ କର ଙ୍କୁ ଜଣେ ଦକ୍ଷ ରାଜନେତା ସୁସାହିତ୍ୟିକ, ସୁବକ୍ତା ତଥା ଜଣେ ସଂସ୍କୃତିପ୍ରେମୀ ବୋଲି ଅବିହିତ କରିବା ସହ ତାଙ୍କ ବିୟୋଗ ସମଗ୍ର ରାଜନୀତି, ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ କହିଛନ୍ତି। ବାଚସ୍ପତି, ମନ୍ତ୍ରୀ ଓ ସାଂସଦ ଭାବେ ଶରତ କର ଅନେକ ପ୍ରଶଂସନୀୟ କାର୍ୟ୍ୟ କରିଯାଇଛନ୍ତି। ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱର୍ଗତ କର ଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Comments are closed.