ଦାମଙ୍କ ସହ କିଛି ଆଲୋଚନା ହୋଇନି, ନିର୍ବାଚନ ଲଢ଼ିବିନି : ପ୍ରଫୁଲ୍ଲ

0

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଫୁଲ୍ଲ ଘଡ଼େଇ ତାଙ୍କ ସହ ଥିବା ନେଇ ଦାମ ସୂଚନା ଦେଇଥିଲେ। ଏହାକୁ ଶ୍ରୀ ଘଡ଼େଇ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦାମଙ୍କ ସହ ତାଙ୍କର ଦେଖା ସାକ୍ଷାତ ଦୂରର କଥା ଏ ସମ୍ପର୍କରେ ଟେଲିଫୋନରେ ଆଲୋଚନା ବି ହୋଇନି। ଏକାଠି ଅନେକ ବର୍ଷ ଧରି କାମ କରିଛୁ। ତେବେ ମୋ କ୍ଷେତ୍ରରେ ଦାମବାବୁ ମନଗଢ଼ା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି।
ପ୍ରଫୁଲ୍ଲ କହିଛନ୍ତି, ମୁଁ ସକ୍ରିୟ ରାଜନୀତିରେ ନାହିଁ। ୭୮ ବର୍ଷ ବୟସ ହେଲା। ବିଧାୟକ କି ସାଂସଦ ହେବାକୁ ନିର୍ବାଚନ ଲଢ଼ିବାକୁ ହୁଏ। ସେ ଇଚ୍ଛା ନାହିଁ। ନିଷ୍ପତ୍ତି ନେଇଛି, କୌଣସି ଦଳକୁ ଯିବିନି କି ନିର୍ବାଚନ ବି ଲଢ଼ିବିନି।
ଦାମବାବୁ ନିଆଁ ନଥାଇ ଧୂଆଁ ବାହାର କରୁଥିବା କହି ସେ ତାଙ୍କ ମନ୍ତବ୍ୟରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି।

Leave A Reply