ଭୁବନେଶ୍ୱର ଜନପଥକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିଯାଉ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକକୁ ଯାଇଥିବା ରାସ୍ତାର ନାମ ହେଉଛି ଜନପଥ। ଏହାକୁ ଶହୀଦ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଯୋଦ୍ଧା ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଆସନ୍ତା ଅକ୍ଟୋବର ୨୯ତାରିଖ ହେଉଛି ଜୟୀ ରାଜଗୁରୁଙ୍କୁ ଜନ୍ମ ଦିବସ। ତେଣୁ ଏହି ପବିତ୍ର ଦିବସରେ ଜନପଥକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments
Loading...