କରୋନା ପଜିଟିଭ ଲକ୍ଷଣ ନ ଥିବା ବ୍ୟକ୍ତି ଘରେ ରହି ଚିକିତ୍ସିତ ହୋଇପାରିବେ: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗୀ ସଂଖ୍ୟା ବଢ଼ିବେ ଏ ଆକଳନ ମଧ୍ୟ ପୂର୍ବରୁ ଥିଲା। ଏହାକୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର ଅପିଲ୍‌ କରୁଛନ୍ତି। ତେବେ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି। ଏଥିସହିତ କ୍ବାରାଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁସାରେ ଜଣେ ବ୍ୟକ୍ତି କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାର ୧୦ ଦିନ ପରେ କିମ୍ବା ଯଦି ୩ ଦିନ ଜ୍ବର ନ ରହେ ତାଙ୍କୁ ଡିସଚାର୍ଜ କରାଯାଇପାରିବ। ଯାହାକୁ ରାଜ୍ୟ ସରକାର ଟିକେ କଡ଼ାକଡ଼ି କରିଛନ୍ତି। ୧୪ ଦିନରେ କ୍ବାରାଣ୍ଟାଇନରେ ରହିବା ପରେ ଜଣେ ଚାହିଁଲେ ହୋମ୍‌ କ୍ବାରାଣ୍ଟାଇନରେ ରହିପାରିବେ। ଏଣିକି ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ।
ପ୍ରବାସୀ ଓଡ଼ିଆଙ୍କ କରୋନା ପଜିଟିଭ୍‌ର ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିଲେ ସେମାନେ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜିଠାରୁ ସେମାନେ ସ୍ବଇଚ୍ଛାରେ ନିଜ ଘରେ ରହି ଚିକତ୍ସିତ ହୋଇପାରିବେ। ତେବେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। କେତେକ ପ୍ରବସୀ ଓଡ଼ିଆ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ସେମାନେ ଘରେ ରହିବାକୁ ହେଲେ ଅଲଗା ଘର, ଅଲଗା ପାଇଖାନା ଗୃହ ରହିଥିବା ଦରକାର। ସେମାନଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଓ ବ୍ୟାଣ୍ଡ ଲଗାଯିବ। ଏଥିସହ ସେମାନଙ୍କ ଘର ସମ୍ମୁଖରେ କୋଭିଡ୍‌-୧୯ର ଏକ ଷ୍ଟିକର ମଧ୍ୟ ଲଗାଯିବ। ସେମାନଙ୍କ ଦାୟିତ୍ୱ ନେବାକୁ ସ୍ବତନ୍ତ୍ର ଭାବେ ଘରର ଜଣେ ଲୋକ ମଧ୍ୟ ରହିଥିବା ଦରକାର। ଏ ନେଇ ସ୍ବେଚ୍ଛାପତ୍ର ନେଇ ସେମାନେ ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନ୍‌ରେରହିପାରିବେ। ଯେଉଁମାନଙ୍କ ସ୍ବତନ୍ତ୍ର ଘର ଓ ପାଇଖାନା କିମ୍ବା କରୋନା ଆକ୍ରାନ୍ତଙ୍କୁ ଦେଖାଶୁଣା ପାଇଁ ଘରେ କେହି ନଥିବେ ସେମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ ଲାଗି ଅନୁମତି ଦିଆଯିବ ନାହିଁ। ଏହି ନୂଆ ବ୍ୟବସ୍ଥା କେବଳ ଓଡ଼ିଶାର ସହରାଞ୍ଚଳରେ ଲାଗୁ କରାଯିବ। ଅନ୍ୟଥା ସେମାନଙ୍କ କ୍ବାରେଣ୍ଟାଇନ୍ରେ ରହିବା ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଯିବ। ଗ୍ରାମାଞ୍ଚଳ କରୋନା ଆକ୍ରାନ୍ତ ସବୁ ସୁବିଧା ଥିବା ଦର୍ଶାଇଲେ ସେମାନଙ୍କୁ ଅନୁମତି ମିଳିପାରିବ। ତେ​ବେ କ୍ବାରେଣ୍ଟାଇନ୍‌ରେ ରହିଥିବା ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଟେଷ୍ଟ ଯଦି ନେଗେଟିଭ ଆସେ ତାହେଲେ ସେମାନେ ଘରକୁ ଯାଇପାରିବେ। ସେମାନଙ୍କୁ କ୍ୱାରାଣ୍ଟାଇନରେ ୨୧ ଦିନ ରଖିବା ଆବଶ୍ୟକତା ନାହିଁ। ହୋମ୍‌ କ୍ବାରାଣ୍ଟାଇନ କେବଳ ସହରାଞ୍ଚଳ ପାଇଁ ସୀମିତ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନରେ ରହୁଥିବା ଲୋକଙ୍କ ଦାୟିତ୍ବରେ ରହିବେ ସରପଞ୍ଚମାନେ। ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଜଣାଇବେ। ତେବେ ପ୍ରତ୍ୟେକ କ୍ବାରାଣ୍ଟାଇନ ଅନ୍ତେବାସୀ ଜଣେ ଜଣେ କରୋନା ଯୋଦ୍ଧା। ଏଣୁ କ୍ବାରାଣ୍ଟାଇନ କେନ୍ଦ୍ରରେ ହିଁ ସେମାନଙ୍କୁ ତାଲିମ ଦିଆଯିବ। ଏବଂ ସେମାନେ ଅନ୍ୟମାନଙ୍କୁ ସଚେତନ କରିବେ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଡିସ୍‌ଚାର୍ଜ ପଲିସି ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.