ଆସନ୍ତାକାଲି ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ 

ନବରଙ୍ଗପୁର : ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆସନ୍ତାକାଲି (ଶନିବାର) ବିଧିବଦ୍ଧ  ଭାବେ ବିଜେଡିରେ ଯୋଗଦାନ କରିବେ । ନବରଙ୍ଗପୁର ସହର  ମାଝୀଗୁଡା ପଡିଆରେ ହେବାକୁ ଥିବା ଏହି ମିଶ୍ରଣ ପର୍ବ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ନିକଟ ଅତୀତରେ ପ୍ରଦୀପ  କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଥିବା  ନିଜର ହଜାର ହଜାର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦାନ କରିବା ନେଇ ପ୍ରଦୀପ ଘୋଷଣା କରିଥିଲେ । ପ୍ରଦୀପ ଓ ତାଙ୍କ ସମର୍ଥକ ମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ଠାରୁ ଏକ ଶୋଭାଯାତ୍ରାରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡା ଠାରେ ପହଞ୍ଚିବା ପରେ ମିଶ୍ରଣ ପର୍ବ ସଭା ସ୍ଥଳକୁ ଯିବେ। ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ , କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ର ସାରଥି ବେହେରା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ଥାନୀୟ ବିଧାୟକ  ଓ  ବିଜେଡିର ରାଜ୍ୟ ସ୍ତରୀୟ କିଛି ନେତାଙ୍କ ଉପସ୍ଥିତ ରେ ମିଶ୍ରଣ ପର୍ବ ହେଉଥିବା ସୂଚନା ମିଳିଛି । ଏହି ମିଶ୍ରଣ ପର୍ବରେ ପ୍ରଦୀପ ଓ ତାଙ୍କ ସମର୍ଥକ ବିଜେଡିରେ ସାମିଲ ହେବନେଇ ବିଧିବଦ୍ଧ  ଭାବେ ଘୋଷଣା କରିବେ। ଏହା ବିଜେଡିର ସାଂଘାଠନିକ କାର୍ଯ୍ୟକ୍ରମ ହେଉଥିବା ଯୋଗୁଁ ବିଜେଡିର ୪ଟି ନିର୍ବାଚନ ମଣ୍ଡଳୀର ୭ହଜାରରୁ ଅଧିକ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Comments are closed.