ପ୍ରଦୀପ ମାଝୀଙ୍କ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ, ୧ ହଜାରରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ଛାଡିଲେ କଂଗ୍ରେସ

ନବରଙ୍ଗପୁର: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ତାଙ୍କୁ ସମର୍ଥନ କରି ରବିବାର ଦିନ ଏକ ହଜାରରୁ ଉର୍ଦ୍ଧ୍ବ ନେତାକର୍ମୀ କଂଗ୍ରେସ ଛାଡିବା ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଦୀପଙ୍କ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏକ ସମାବେଶ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଏଥିରେ ନବରଙ୍ଗପୁର ଜିଲା ସମେତ ମାଲକାନଗିରି ଓ କୋରାପୁଟ ଜିଲାର ଏକ ହଜାରରୁ ଅଧିକ କଂଗ୍ରେସ ନେତାକର୍ମୀ ଯୋଗ ଦେଇଥିଲେ। ସମସ୍ତେ ପ୍ରଦୀପ ମାଝୀଙ୍କୁ ସମର୍ଥନ କରି ଦଳ ଛାଡୁଥିବା କହିଥିଲେ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପ୍ରଦୀପ ମାଝୀ ଅବିଭକ୍ତ କୋରାପୁଟ ଏକ ସମସ୍ୟା ବହୁଳ ଜିଲା ବୋଲି କହିଥିଲେ। ବର୍ତ୍ତମାନର ସଂପ୍ରତିକ ପରିସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ସହିତ ପାଦରେ ପାଦ ମିଶାଇ ଚାଲିବା ଅସମ୍ଭବ ହୋଇଯାଇଛି। ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ଓଡିଶାରେ ଏକ ସ୍ଥିର ଶାସନ ଦେବାରେ ସମର୍ଥ ହୋଇ ପାରିଛି ଏବଂ ପ୍ରତ୍ୟେକ ନିର୍ବାଚନର ତାର ସଂଖ୍ୟା ବୃଦ୍ଧି କରି ଭାରତବର୍ଷରେ ଏକ ବିରଳ ଇତିହାସ ରଚନା କରିବାରେ ସଫଳ ହୋଇଛି। ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ବଦ୍ଧ। ଅଭିଭକ୍ତ କେରାପୁଟ ଜିଲା ର ସମସ୍ତ ନେତୃବର୍ଗ ସେହି ସ୍ରୋତରେ ସାମିଲ ହେବାରେ ଅସୁବିଧା ନାହିଁ। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା, କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ମାଥିଲି ବ୍ଲକର ଅଧକ୍ଷ୍ୟା ଲକ୍ଷ୍ମୀ ପ୍ରିୟା ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। କଳାହାଣ୍ଡି ଜିଲା ନର୍ଲାର ବିଧାୟକ ପ୍ରାର୍ଥୀ ବାବୁଲି ମଣ୍ଡଳମଧ୍ୟ ଇସ୍ତଫା ଦେଇଛନ୍ତି।

ଅଭିଭକ୍ତ କେରାପୁଟ ଜିଲା ମାଟିର ପୁଅ ଭାବେ ସମସ୍ତ କଂଗ୍ରେସ ନେତୃବୃନ୍ଦଙ୍କୁ ଅପିଲ କରିବାକୁ ଚାହେଁ ସମସ୍ତ ଆସନ୍ତୁ ଏହି ସ୍ରୋତରେ ସାମିଲ ହୁଅନ୍ତୁ। ଆମ ଅଞ୍ଚଳର ଗୋଟିଏ ପରିବର୍ତ୍ତନ ସହିତ ବିକଶିତ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ନବୀନ ବାବୁଙ୍କର ହାତମୁଠାକୁ ଟାଣ କରିବା ଓ ନିଶ୍ଚିତ ଭାବର ଏହି ଅଞ୍ଚଳର ପରିବର୍ତ୍ତନ ପାଇଁ ଆମକୁ ସାହାର୍ଯ୍ୟ ଓ ସହଯୋଗ ମିଳିବ ବୋଲି କହିଥିଲେ। ବହୁତ ଶୀଘ୍ର ସମସ୍ତେ ବିଜୁଜନତାଦରେ ସାମିଲ ହେବା ସହିତ ନବୀନ ବାବୁଙ୍କ ହାତକୁ ଟାଣ କରିବୁ ଓ ଏହି ଅଞ୍ଚଳର ବିକାଶକୁ ଅଧିକ ଗତିଶୀଳ କରିବୁ। ଏହି ଅଞ୍ଚଳର ଶିକ୍ଷା, କୃଷି ,ଗମନାଗମନ, ଜଳସେଚନା, ମାନବସମ୍ବଳ , ଓ ସ୍ୱାସ୍ଥ୍ୟ ବିକାଶ ସହିତ ହି ଅଞ୍ଚଳର ଯେଉଁ ମୈାଳିକା ସମସ୍ୟା ରହିଛି ତାହା କଂଗ୍ରେସ ଦଳରେ ରହି କାମ କରିବା ସମ୍ଭବ ନୁହଁ। କାରଣକଂଗ୍ରେସ ଦଳ ସରକାରଙ୍କୁ ଫେରି ପାରିବ ନାହିଁ। ବିଜୁଜନତାଦଳ ର ସଙ୍ଗଠନ ଢାଞ୍ଚା ଅଭିନବ ହୋଇଥିବାବେଳେ ବିଜୁବାବୁଙ୍କର ଆଦର୍ଶ ଓ ନବୀନ ବାବୁଙ୍କୁ ନେତୃତ୍ୱ ରେ ଆହୁରି ୩୦ ବର୍ଷ ରାଜ୍ୟରେ ଶାସନ କରିବ ବୋଲି କହିଥିଲେ। ଆସନ୍ତା ୨ବର୍ଷ ଭିତରେ ବହୁ କଂଗ୍ରେସ ନେତାକର୍ମୀ ବିଜେଡିରେ ସାମିଲ ହେବେ ବୋଲି କହିଥିଲେ।

ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଆଉ ସରକାରକୁ ଆସି ପାରିବନାହିଁ। ଏହି ଅଞ୍ଚଳର ସେବା କରିବା ପାଇର୍ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ଜଣେ କର୍ମୀ ଲୋକଙ୍କର କାମ ଯେତିକି କରି ପାରୁଛି କଂଗ୍ରେସର ବିଧାୟକ ସେତିକି କରି ପାରୁନାହାନ୍ତି। ଏହି ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସମର୍ପିତ ଭାବରେ କାମ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ପ୍ରଦୀପଙ୍କର ପିତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ ମଞ୍ଚାସୀନଥିବାବେଳେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ସରୋଜ ପାତ୍ର, ରଜନୀ ସାସମଲ , ଜିଲା କଂଗ୍ରେସର ପୂର୍ବତନ ସମ୍ପାଦକ କୁନା ପାଢୀ, ପୂର୍ବତନ ଜିଲା ଯୁବ କଂଗେସ ସଭାପତି ଅଖିଳ ଭତରା, ପୂର୍ବତନ ଜିଲା ସମ୍ପାଦକ ସଞୟ ନାୟକ, ସୁମୀତ ପୂଜାରୀ, ଉତ୍ତମ ତ୍ରିପାଠୀ, ବରିଷ୍ଠନେତା ପଦ୍ମନାଭ ପାଣ୍ଡେ, ତୁଳସା ଭତରା ପ୍ରମୂଖ ଦଳ ଛାଡିଥିବା ଘୋଷଣା କରାଯାଇଥିଲା। ମାଲକାନଗିରି ଜିଲା ସମେତ କୋଟପାଡର ୮ଟି ପଞ୍ଚାୟତର ନେତୃବର୍ଗ, କୁନ୍ଦୁରା ଓ ବୈପାରୀଗୁଡାରୁ ବହୁ କଂଗ୍ରେସ ନେତାକର୍ମୀ ଯୋଗ ଦେଇଥିଲେ। ତେବେ ଏହି ଶକ୍ତି ପ୍ରଦର୍ଶନ ନେଇ ପ୍ରଦୀପଙ୍କର ସମର୍ଥକମାନେ ଉତ୍ସାହିତ ହୋଇଥିବାବେଳେ କଂଗ୍ରେସ ମହଲରେ ନିରାଶା ଦେଖାଦେଇଛି।

Comments are closed.