ନବରଙ୍ଗପୁରରେ ଅବିଭକ୍ତ କୋରାପୁଟ ଜିଲାର ନିଜ ସମର୍ଥକଙ୍କର ବୈଠକ ଡାକିଲେ ପ୍ରଦୀପ ମାଝୀ

କଂଗ୍ରେସରୁ ଇସ୍ତଫାଦେଲେ ଜିଲା ଉପସଭାପତି ତପନ ଦେବନାଥ

ନବରଙ୍ଗପୁର: ପୂର୍ବତନ କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରବିବାରଦିନ ଅଭିଭକ୍ତ କୋରାପୁଟ ଜିଲାରେ ଥିବା ତାଙ୍କର ସମର୍ଥକମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ନବରଙ୍ଗପୁର ଠାରେ ରଖାଯାଇଛି। ସେ କଂଗ୍ରେସରୁ ଇସ୍ତଫାଦେବା ପରେ ତାଙ୍କର ସମର୍ଥକଙ୍କୁ ଯୋଗାଡ କରି ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ବୈଠକରେ ଅବିଭକ୍ତ କୋରାପୁଟର ବହୁ ବରିଷ୍ଠ କଂଗ୍ରେସ ନେତା, ଯୁବନେତା ଓ ମହିଳାନେତ୍ରୀ ସମେତ ବିଭିନ୍ନ ବର୍ଗର କଂଗ୍ରେସନେତା ଓ କର୍ମୀଙ୍କୁ ଡକାଯାଇଛି।

 

ଏହି ବୈଠକ କଲ୍ୟାଣ ମଣ୍ଡପରେ କରାଯିବାକୁ ସ୍ଥିର କରାଯାଇଛି। ଏହା ସହିତ ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। କଂଗ୍ରେସ ଛାଡିବାପରେ ପ୍ରଦୀପ ମାଝୀ ପ୍ରଥମଥର ପାଇଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବେ । ବୈଠକରେ ଯୋଗଦେଇଥିବା କଂଗ୍ରେସନେତାମାନେ ଦଳ ଛାଡିବା ଘୋଷଣା କରିବେ ବୋଲି ଜଣାପଡିଛି। ଶୁକ୍ରବାରଦିନ ଦଳ ଛାଡିବା ପରେ ଜିଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପଙ୍କର ଉପରେ ବର୍ଷିଥିବାବେଳେ ଏହାର ଜବାବଦେବାକୁ ରବିବାରଦିନ ସମର୍ଥକ ଙ୍କର ବୈଠକ ଡକାଯିବାକୁ ସ୍ଥିର କରାଯାଇଛି। ତେବେ ପ୍ରଦୀପ କଂଗ୍ରେସ ଛାଡିବା ପରେ ଜିଲା ତଥା ରାଜ୍ୟର ରାଜନୀତି ଚଳଚଞ୍ଚଳ ହୋଇ ଉଠିଥବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇ ସମସ୍ତଙ୍କର ତୀକ୍ଷ୍ଣଣ ନଜର ରହିଛି।

ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡିବାପରେ ଏହାକୁ ସମର୍ଥନ ଜଣାଇ କଂଗ୍ରେସରୁ ଇସ୍ତଫାଦେଇଛନ୍ତି ଜିଲା ଉପସଭାପତି , ପିସିସି ସଭ୍ୟ ତଥା ଉମରକୋଟର ବରିଷ୍ଠ ଆଇନଜୀବୀ ତପନ ଦେବନାଥ। ଏସଂପର୍କରେ ସେ ତାଙ୍କର ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ସମସ୍ତ ପଦବୀରୁ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ଉଲ୍ଳେଖ କରିଛନ୍ତି। ସେ ବହୁବର୍ଷଧରି କଂଗ୍ରେସରେ ନିଷ୍ଠାପର ଭାବରେ କାର୍ଯ୍ୟ କରିଛନ୍ତି। ବିଗତ ଦିନରେ କଂଗ୍ରେସ ତାଙ୍କୁ ବିଭିନ୍ନ ପଦପଦବୀ ଦେଇ ଜନସେବା କରିବାର ସୁଯୋଗ ଦେଇଥିବାରୁ ସେ ଦଳ ନିକଟରେ ଚୀର କୃତଞ ବୋଲି ଲେଖିବା ସହ ତାଙ୍କର ଇସ୍ତଫାପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Comments are closed.