ଅଣକଂଗ୍ରେସ ରାଜନିତୀରେ ମହାରଥୀ ଥିଲେ ପ୍ରମୁଖ ସ୍ତମ୍ଭ – ପିପିଲିରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ପିପିଲି : ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀ ସମସ୍ତଙ୍କ ପାଇଁ ଥିଲେ ଦରଦୀ ବନ୍ଧୁ । ତାଙ୍କ ଭିତରେ ଗର୍ବ, ଅହଂକାର ନଥିଲା । ମଣିଷକୁ ଭଲ ପାଇବା ଓ ସାହର୍ଯ୍ୟର ହାତ ବଢାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନିତୀରେ ପାଦ ଦେଇଥିଲେ । ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ଉନ୍ନତି ପାଇଁ ସେ କାହା ସହିତ ସାଲିସ କରୁନଥିଲେ ଓ ଶେଷ ପର୍ଯ୍ୟନ୍ତ ନିଜର ଲଢେଇ ଜାରି ରଖିଥିଲେ । ରାଜ୍ୟରେ ଅଣକଂଗ୍ରେସ ରାଜନିତୀରେ ସ୍ୱର୍ଗତ ମହାରଥୀ ଜଣେ ପ୍ରମୁଖ ସ୍ତମ୍ଭ ଥିଲେ । ସମସ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସେ ସମ୍ମାନ ଦେଉଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଶୋଭାବର୍ଦ୍ଧନ କରିବାରେ ଶ୍ରୀମହାରଥୀଙ୍କ ଭୂମିକାକୁ ଅଞ୍ଚଳବାସୀ ସବୁବେଳେ ମନେ ରଖିବେ । ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି କରିବାରେ ତାଙ୍କ ଅବଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ନିଜ ଜୀବନକାଳ ମଧ୍ୟରେ ସେ ଲକ୍ଷେରୁ ଉର୍ଦ୍ଧ୍ବ ଗଛ ଲଗାଇଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳ ଜଣେ ବିକାଶ ପୁରୁଷ ଓ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୁକ୍ରବାର ପିପିଲି ଠାରେ ଆୟୋଜିତ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ବ୍ଲକଛକ ସ୍ଥିତ ଶ୍ରୀକ୍ରୀଷ୍ଣା ଗାର୍ଡେନ ଠାରେ “ଆପଣଙ୍କ ଖବର ପରିବାର’ ର ସଭାପତି ଦୀନବନ୍ଧୁ ବେହୁରାଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ମହାରଥୀଙ୍କ ଚର୍ତୁଃଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍‍ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ,  ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଯୁବନେତା ଧରଣୀଧର ସାହୁ, ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ସମାଜବାଦୀ ପାର୍ଟିର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ତଥା ସିଦେ୍ଧଶ୍ୱର ବ୍ୟବସାୟୀ ସଂଘର ସଭାପତି ଧିରେନ୍ଦ୍ର ସାମନ୍ତରାୟ, ପୁରୀ ଜିଲା ବିଜେଡି ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟ, ଜିଲା ସରପଞ୍ଚ ସଂଘର ସଭାପତି ପ୍ରକାଶ କୁମାର ଧଳ, ଯୁବ ବିଜେଡି ସଭାପତି ମନୋଜ ଦାଶ, ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, “ଆପଣଙ୍କ ଖବର ପରିବାର’ ଉପସଭାପତି ବିରଜା ପ୍ରସାଦ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ସାମ୍ବାଦିକ ଦିବାକର ଷଡଙ୍ଗୀ, ଆଇନଜୀବୀ ଶ୍ରୀଧର ପ୍ରଧାନ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ଦ୍ୱିତୀକୃଷ୍ଣ ପଟ୍ଟନାୟକ, ଦୀପକ କୁମାର ମିଶ୍ର, ସଞ୍ଜୟ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ପ୍ରଦୀପ ବଢେଇ, ପ୍ରଫୁଲ୍ଲ ସାହୁ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜ୍ୟୋଷ୍ନାରାଣୀ ପୃଷ୍ଠି, ଚାନ୍ଦୁଆ ବ୍ୟବସାୟୀ ରମେଶ ମହାପାତ୍ର, ଯୁବ ଇଂଜିନିୟର ପି. ଅମ୍ବିକା ପ୍ରସାଦ, ବିଶ୍ୱଜିତ ଆଚାର୍ଯ୍ୟ, ରାଜେଶ କୁମାର, ସୁରେଶ ଚନ୍ଦ୍ର ସାହୁ, ଯୁବନେତା ବିଶ୍ୱଜିତ ଦାଶ, ନାରୀନେତ୍ରୀ ଝୁନାମଣୀ ମଲ୍ଲିକ, ପଲ୍ଲିଶ୍ରୀ ମହାନ୍ତି, ସୁଦେଷ୍ଣା ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ । “ଆପଣଙ୍କ ଖବର ପରିବାର’ ସଂପାଦକ ପୂଣ୍ୟବ୍ରତ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସେଠାରେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା ।

Comments are closed.