କରୋନା ମୃତକଙ୍କ ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ହେବ ସତ୍କାର

ଭୁବନେଶ୍ବର: କରୋନା​‌େ​‌ର ମୃତକଙ୍କ ସତ୍କାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା। କରୋନା ସଂକ୍ରମିତଙ୍କ ମୃତଦେହ ସତ୍କାର ନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଚିଠି ଲେଖିଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସତର୍କତା ପରାମର୍ଶ। ସମ୍ମାନର ସହ ମୃତଦେହ ନେବାକୁ ଚିଠିରେ ଏସ୍‌ଆର୍‌ସି ଉଲ୍ଲେଖ କରିଛନ୍ତି। ମୃତଦେହ ନ ଛୁଇଁ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି ଦେବାକୁ କହିଛନ୍ତି। ତେବେ ସଂକ୍ରମିତଙ୍କ ମୃତଦେହକୁ ଗାଧୋଇ ଦେବା, ଚୁମ୍ବନ, ଆଲିଙ୍ଗନ ଇତ୍ୟାଦି ସମ୍ପୂର୍ଣ୍ଣ ବାରଣ। ଶେଷକୃତ୍ୟ ପରେ ପରିବାର ସଦସ୍ୟଙ୍କୁ ଚିତାଭସ୍ମ ନେବାକୁ ଅନୁମତି। ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ସତ୍କାର କରିବାକୁ ଏସ୍‌ଆର୍‌ସି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.