ଗଡିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ କୃଷି ସୂଚନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସକାଳେ କୃଷକ ମାନଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ ହୋଇଛି । ବାଙ୍କୀ ବ୍ଲକ କୃଷି ଅଧିକାରୀ ସୁବ୍ରତ ପାଢୀ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଡମପଡା ବ୍ଲକ ସହକାରୀ କୃଷି ଅଧିକାରୀ ବି.ପି ରୋଜାଲିନ, ବ୍ଲକ ବୈଷୟିକ ପରିଚାଳକ ବିଧୁଭୂଷଣ ଜେନା, ସହକାରୀ ବୈଷୟିକ ପରିଚାଳକ ଅମୂଲ୍ୟ ରଞ୍ଜନ ଦାସଙ୍କ ସମେତ ବହୁ କୃଷି କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବ୍ଲକ ସଂଯୋଜକ ପ୍ରଦୀପ କୁମାର ସେଠୀଙ୍କ ସଂଯୋଜନାରେ ସଞ୍ଚାଳିତ ରଥ ଚଳିତ ସପ୍ତାହ ମଧ୍ୟରେ ଡମପଡା ବ୍ଲକ ଅନ୍ତର୍ଗତ ୧୭ଗୋଟି ଗ୍ରାମପଞ୍ଚାୟତରେ ବିଭିନ୍ନ ଗ୍ରାମରେ ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରି କୃଷିର ବିକାଶ ପାଇଁ ଯୋଜନାର ସହଯୋଗ ସମ୍ପର୍କରେ ଜାଗରଣ କରିବା ସମ୍ପର୍କରେ ସୂଚନା ପ୍ରଦାନ କରିବ। ଓଡିଶା ସରକାରଙ୍କ ଏବଂ ଭାରତ ସରକାରଙ୍କ ଦ୍ୱାରା ପ୍ରୟୋଜିତ କାର୍ଯ୍ୟକ୍ରମରେ ରବି ଋତୁ ୨୦୨୧ନିମନ୍ତେ ଏହି ସଚେତନତା ରଥ ଗଡିଛି ।

Comments are closed.