ବହିଷ୍କାର ପରେ ବିଷୋଦ୍‌ଗାର

ଜନବିରୋଧୀ କାମ କରିନି, ଷଡଯନ୍ତ୍ରର ଶୀକାର ହେଲି, -ବିଜେଡି ବରିଷ୍ଠ ନେତାଙ୍କ ଭିତରେ ରହିଛି ଅସନ୍ତୋଷ

ଭୁବନେଶ୍ବର : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି। ଯଦି ଜନବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥା’ନ୍ତି ତେବେ ସେ ସମ୍ପର୍କରେ ଦଳ ସ୍ପଷ୍ଟ କରିବା ଆବଶ୍ୟକ। ଏହାଛଡ଼ା ସାମ୍ବାଦିକମାନେ ଏହାର ସତ୍ୟତା ଖୋଜିବ​‌​‌ା ଦରକାର। ତାଙ୍କ ବିରୋଧରେ କୌଣସି ଦୁର୍ନୀତି ଏ ଜନ୍ମରେ କେହି ପ୍ରମାଣ କରିପାରିବେନି ବୋଲି ଆହ୍ବାନ ଦେବା ସହ ଏହା ତଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି। କୋଭିଡ଼ ପରିଚାଳନାରେ ବିଭ୍ରାଟ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟ ରଖିବା ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଭଳି ଘଟଣା ମଧ୍ୟ ତାଙ୍କ ପାଇଁ ସମସ୍ୟା ​‌େ​‌ହଲା ବୋଲି ସେ କହିଛନ୍ତି।
ଏକଦା ବିଜେଡ଼ି ସୁପ୍ରିମୋଙ୍କ ଆଖି କାନ ଭାବେ ପରିଗଣିତ ହେଉଥିବା ପ୍ରଦୀପଙ୍କ ବିରୋଧରେ ଅଚାନକ ବହିଷ୍କାର ଆଦେଶ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଦୁର୍ନୀତିରେ ଲିପ୍ତ ଥାଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ କଳାସାମ୍ରାଜ୍ୟ ଭିତରେ ତାଙ୍କର ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରଦୀପ ଆଜି ଗଣମାଧ୍ୟମ ଜରିଆରେ ବିଜେଡ଼ି ବିରୋଧରେ ବିଷୋଦ୍‌ଗାର କରିବା ସହ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ଉଦ୍‌ଗାରିଛନ୍ତି।
ସେ କହିଛନ୍ତି ଯେ ତାଙ୍କୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୨୦୧୨ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦାୟିତ୍ବ ଦିଆଯାଇଥିଲା। ସେଠାରେ ନିର୍ବାଚନ ପରେ ଫୌଜଦାରୀ ଅଭିଯୋଗ ଆଣି ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଗଲା। କେବଳ ତାଙ୍କୁ ନିଜ ଗୋପାଳପୁର ନିର୍ବାଚନମଣ୍ଡଳୀ କଥା ବୁଝିବାକୁ କୁହାଗଲା। ସେ ଗୁଣ୍ଡା ନେଇ ହିଞ୍ଜିଳିିରେ ଲୋକଙ୍କୁ ଡ଼ରାଇଥିଲେ ବୋଲି ଅଭିଯୋଗ କରାଗଲା। ଏସବୁ ସତ୍ତ୍ବେ ୨୦୧୪ରେ ତାଙ୍କୁ ଟିକଟ ଦିଆଗଲା ଏବଂ ନିର୍ବାଚନ ଜିତିବା ପରେ ପୁଣି ମନ୍ତ୍ରୀ କରାଯାଇଥିଲା।
ପ୍ରଦୀପ ଏକ ବଡ଼ ଗୁମର ଖୋଲିବାର ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବିଶ୍ବରଞ୍ଜନ ମହାନ୍ତି ସରକାର ଭାଙ୍ଗିବା ସମ୍ଭାବନା କଥା କହିଥିଲେ। ସେ ଏ ସଂକ୍ରାନ୍ତରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଅବଗତ କରାଇଥିଲେ। କିନ୍ତୁ ଏହାପରେ ବବି ଦାସ ଓ ଅଚ୍ୟୁତ ସାମନ୍ତ ତାଙ୍କୁ ଭେଟିବାକୁ ଆସିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି କାହିଁକି ଏସବୁ କଥା କହିଲ ବୋଲି ତାଗିଦ୍‌ କରିଥିଲେ। ସେ ବବିଙ୍କୁ କହିଥିଲେ ଯେ ସେ ଦୁଇ ବର୍ଷ ହେଲା କାହା ସହ ସମ୍ପର୍କ ନରଖି ଘର ଭିତରେ ଆବଦ୍ଧ ହୋଇ ରହୁଛନ୍ତି। ଯଦି ଦଳ ତାଙ୍କୁ ଆବଶ୍ୟକ ମନେ କରୁନି ତେବେ ସେ ଦଳ ଓ ରାଜନୀତି ଛାଡ଼ିଦେବାକୁ ପ୍ରସ୍ତୁତ। ତାଙ୍କୁ ତାଗିଦ କରିବା ଭିତରେ ଡିସେମ୍ବରରେ ତାଙ୍କ ଝିଅ ବାହାଘର ଅଛି କି ବୋଲି ସେମାନେ ପଚାରିଥିଲେ।
ପାଠକ ପରିବାର ସହ ପ୍ରଦୀପ ବନ୍ଧୁ ଯୋଡ଼ିବାକୁ ଯାଉଥିବାବେଳେ ଏ ସମୟରେ ଭିଜିଲାନ୍ସ ଚଢ଼ଉ ଏବଂ ସେମାନଙ୍କ ଦୁର୍ନୀତି ଖୋଳତାଡ଼କୁ ଷଡ଼ଯନ୍ତ୍ର ଭାବେ ଅଭିହିତ କରି ପ୍ରଦୀପ ତାଙ୍କର ଭାବି ଜ୍ବାଇଁ ବିଷୟରେ ସଫେଇ ଦେଇ କହିଛନ୍ତି ଯେ ଆକାଶ ଆଇଟିଇଆର ଛାତ୍ର ଏବଂ ସେ ରୋମାନିଆରେ ଚାକିରି କରୁଥିଲେ। ତାଙ୍କ ମା’ଙ୍କ ଅସୁସ୍ଥତା ଯୋଗୁଁ ସେ ଓଡ଼ିଶା ଫେରିଆସିଥିଲେ। ୨୦୧୬ରେ ଜିମେଟରେ ସେ ସବୁଠୁ ଅଧିକ ନମ୍ବର ରଖିଥିଲେ ଏବଂ ଏହା ପରେ ଟାଟା ଗ୍ରୁପ ପାଇଁ ମନୋନୀତ ହୋଇଥିଲେ। ଟାଟା ଗ୍ରୁପ ପକ୍ଷରୁ ଆକାଶଙ୍କୁ ଚାର୍ଟର ବ୍ୟବହାର ପାଇଁ ଅନୁମତି ରହିଛି। ସେ ନିଜେ ତାଙ୍କ ଭାବି ସମୁଦିଙ୍କ ସହ ଚାର୍ଟର ବିମାନରେ ଯାଇଥିବା କଥା ବି ସ୍ବୀକାର କରିଛନ୍ତି। ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ଜଣେ ଦକ୍ଷ ଅଫିସର ବୋଲି କହିବା ସହ ଭୁବନେଶ୍ବରରେ ବର୍ଷାଧିକକାଳ ତାଙ୍କୁ କ୍ବାର୍ଟର୍ସଟିଏ ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଥିଲେ।
ଦଳ ବିରୋଧରେ ବିଷୋଦଗାର କରି ପ୍ରଦୀପ କହିଛନ୍ତି ଯେ ଦଳଭିତରେ ଉଚ୍ଚସ୍ତରର ନେତାଙ୍କ ଭିତରେ ଅସନ୍ତୋଷ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା ଏହା ପଛର କାରଣ। କେହି ଚୁପ ରହିବାକୁ ଭଲ ପା’ନ୍ତି ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ଶ୍ରଦ୍ଧା ଯୋଗୁଁ ସମସ୍ତେ ଚୁପ ଅଛନ୍ତି। ଅବଶ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ସେ କହିଛନ୍ତି ଡିସିପ୍ଲିନ, ଷ୍ଟାବିଲିଟି ଓ ଗ୍ରୋଥ୍‌ ନବୀନଙ୍କ ତିନିଟି ଭଲ ଗୁଣ।
ବହିଷ୍କା

Comments are closed.