ଏପ୍ରିଲ ୨୭କୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଶୁଣାଣି

ଭୁବନେଶ୍ବର : ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଅପ୍ରେଲ ୨୭ତାରିଖକୁ ଘୁଞ୍ଚି ଯାଇଛି। ବୁଧବାର ଦିନ ସ୍ବତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା। କିନ୍ତୁ କେସ୍‌ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନ ଥିବାରୁ ବିଚାରପତି ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୭ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ର ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୨୨ ତାରିଖରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ତାପରେ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଭୁବନେଶ୍ବର ଝାରପଡା ଜେଲକୁ ପଠା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.