ଉପ ନିର୍ବାଚନ ପାଇଁ ତିର୍ତୋଲ ବ୍ଲକ ପ୍ରଚାର କମିଟି ଗଠିତ

 

ଭୁବନେଶ୍ୱର: ଆଗାମୀ ତିର୍ତୋଲ ବିଧାନସଭା ଉପ ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବାପାଇଁ ପିସିସି
ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜିବ ବିଶ୍ୱାଳଙ୍କ ସୁପାରିଶ କ୍ରମେପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ତିର୍ତୋଲ ବ୍ଲକ ନିର୍ବାଚନ ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବରେ  ଅକ୍ଷୟ କୁମାର ଦାସ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ବେହେରା, ସୟଦ ଖଲି କୁଦ୍‍ ଜମା, ସୟଦ କଲାମ ଅଲ୍ଲୀ, ବସନ୍ତ କୁମାର ସେଠୀ, ଧନଞ୍ଜୟ ସୁତାର, ଅଜୟ କୁମାର ରାଉଳ, ଅଶୋକ କୁମାର ମହାନ୍ତି, ନିହାର ରଞ୍ଜନ ନାୟକ ଓ ନିରଞ୍ଜନ ମହାନ୍ତି ପ୍ରମୁଖ ରହିଛନ୍ତି ।

Comments
Loading...