ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକସଭା

ନୟାପଲ୍ଲୀ : ଭୁବନେଶ୍ବର ନୟାପଲ୍ଲୀ ୱାର୍ଡ଼ ନଂ ୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଳା ସଂପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ୍‍ କୁମାର ପାଇକରାୟଙ୍କ ନେତୃତ୍ୱରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଏକ ମାସ ପୂର୍ବରୁ ତାଙ୍କ ପିତାଙ୍କର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା, ଯାହା ଫଳରେ ସେ ମାନସିକ ସ୍ତରରେ ଚିନ୍ତିତ ଥିଲେ। ଗତ କିଛିଦିନ ତଳେ ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ। ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ଯାହା ଫଳରେ ସମଗ୍ର ଗଣମାଧ୍ୟମରେ ଏକ ଚହଳ ସୃଷ୍ଟି ହୋଇଥିଲା। ସତ୍ୟନଗର ଶ୍ମସାନରେ ସମଗ୍ର ଗଣମାଧ୍ୟମର ବ୍ୟକ୍ତି ବିଶେଷମାନେ ତାଙ୍କ ଶେଷ ଦର୍ଶନ କରି ଅନ୍ତିମ ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ଉଦ୍ଦ୍ୟେଶରେ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରିବା ସହ ଏକ ଶୋକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। ତତ୍‍ସହ ଏ ଦୁଃଖଦ୍‍ ସମୟରେ ତାଙ୍କ ପରିବାରକୁ ଭଗବାନ ଅସୀମ ଶକ୍ତି ପ୍ରଦାନ କରନ୍ତୁ ବୋଲି ସଂଗଠନର ସଦସ୍ୟମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Comments are closed.