ପୁଣି ପ୍ରେମରେ ପଡ଼ିଲେ ପ୍ରଭୁଦେବା: ଖୁବ୍ ଶୀଘ୍ର କରିବେ ଦ୍ବିତୀୟ ବିବାହ

ପ୍ରଥମ ପତ୍ନୀ ହେମଲତାଙ୍କୁ ଛାଡ଼ପତ୍ର ଦେବାର ୯ ବର୍ଷ ବିତିଗଲାଣି । ତଥାପି ସେ ଦ୍ବିତୀୟ ବିବାହ କରି ନ ଥିଲେ । ଫିଲ୍ମରେ ଅଭିନୟ ସହ ନିର୍ଦେଶନା ଓ ନୃତ୍ୟ ନିର୍ଦେଶନା କାମରେ ପୁରା ମଜ୍ଜି ରହିଥିଲେ । ଏବେ କୁଆଡ଼େ ତାଙ୍କୁ ପ୍ରେମ ହୋଇଛି ଓ ସେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ଆଉ ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କର ନିକଟ ସମ୍ପର୍କୀୟା ଭାଣିଜୀ ।

ଆମେ ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ପ୍ରଭୁଦେବାଙ୍କ ବିଷୟରେ କହୁଛୁ । ୨୦୧୧ ମସିହାରେ ତାଙ୍କର ପ୍ରଥମ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇଥିଲେ । ଏହାପରେ ମାଲୟଲାମ ତଥା ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରାଙ୍କ ସହ ତାଙ୍କର ପ୍ରେମ ଚାଲିଥିବା ଚର୍ଚା ଚାଲିଥିଲା । ମାତ୍ର ସେହି ପ୍ରେମ କେବଳ ସେଇଠି ଅଟକିଗଲା । ନୟନତାରା ଆଉ ପ୍ରଭୁଙ୍କ ରାସ୍ତା ଏବେ ଅଲଗା। ଆଉ ପ୍ରଭୁ ତାଙ୍କ ଜୀବନର ଦ୍ବିତୀୟ ଇନିଂସ ଖୁବ୍ ଶୀଘ୍ରଆରମ୍ଭ କରିବେ ବୋଲି ସୂଚନା ମିଳିଛି । ପ୍ରଭୁଙ୍କ ପ୍ରଥମ ପତ୍ନୀ ପକ୍ଷରୁ ୩ ଜଣ ପିଲାଙ୍କ ମଧ୍ୟରୁ ବଡ଼ ପୁଅ କର୍କଟ ରୋଗରେ ମୃତ୍ୟୁବରଣ କରିଛି । ଆଉ ଦୁଇ ପିଲା ଏବେ ପ୍ରଭୁଙ୍କ ପାଖରେ ରହୁଛନ୍ତି ।

Comments are closed.