ପ୍ରଭାସଙ୍କ କଥାକୁହା ଆଖି

ବାହୁବଳୀ ପ୍ରଭାସ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଟି-ସିରିଜ୍‌ର ଭୂଷଣ କୁମାରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ରାମଙ୍କ ଚରିତ୍ରରେ ପ୍ରଭାସ ଅବତୀର୍ଣ୍ଣ, ସୀତାଙ୍କ ଭୂମିକାରେ ଦୀପିକା ପାଦୁକୋନ୍ ଓ ରାବଣ ଚରିତ୍ରରେ ସୈଫ୍ ଅଲୀ ଖାନ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। ନିକଟରେ ଚଳଚ୍ଚିତ୍ର ନିର୍ଦେଶକ ସଞ୍ଜୟ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଭାସ ଏଇ ଭୂମିକାରେ ଅଭିନୟ କରିବା ପଛର କାରଣ ରହିଛି। ପ୍ରଥମ ଦିନ ହିଁ ସ୍ଥିର କରିଥିଲେ ରାମଙ୍କ ଚରିତ୍ରକୁ ପରଦା ଉପରେ ପ୍ରଭାସ ସୁନ୍ଦର ଭାବେ ଚିତ୍ରାୟିତ କରିପାରିବେ। ପ୍ରଭାସଙ୍କ କଥାକୁହା ଆଖି ପାଇଁ ସେ ଏଇ ଭୂମିକାକୁ ହାତେଇପାରିଥିବାର ସଞ୍ଜୟଙ୍କ ମତ। ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ଆରମ୍ଭ ହୋଇଯାଇଛି ଓ ଆସନ୍ତା ବର୍ଷ ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି।

Comments are closed.