ପ୍ରଭାସଙ୍କ ରାଗ

ମୁମ୍ବଇ : ନିକଟରେ ଏକ ସାକ୍ଷାତକାର୍‌ରେ ଅଭିନେତା ପ୍ରଭାସ ‘ବାହୁବଳୀ’ ଚଳଚ୍ଚିତ୍ର ସୁଟିଂ ସମୟର କେତୋଟି ଘଟଣା କହିଛନ୍ତି। ବାହୁବଳୀର ପ୍ରଥମ ଭାଗ ମୁକ୍ତିଲାଭ ଦିନର ଘଟଣା। ସେହିଦିନ ପ୍ରଭାସ, ରାଣା ଡଗୁବତୀ ଓ ନିର୍ଦେଶକ ରାଜମୌଲୀ ତିନିହେଁ ଦିଲ୍ଲୀରେ ଥିଲେ। ପ୍ରଭାସ କହିଛନ୍ତି, ତାଙ୍କ ଅଭିନୀତ ଯେ କୌଣସି ଚଳଚ୍ଚିତ୍ରର ମୁକ୍ତିଲାଭ ଦିନ, ସେ ଖୁବ୍ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ବାହୁବଳୀ ମୁକ୍ତିଲାଭ ସମୟରେ ମଧ୍ୟ ସେଇ ସମାନ ଅନୁଭୂତି ଥିଲା। ଏଣୁ ନିର୍ଦେଶକ ରାଜମୌଲୀ ପରାମର୍ଶ ଦେଇଥିଲେ, ଯଦି ଚଳଚ୍ଚିତ୍ର ଫ୍ଲଫ୍ ହେଲା, ତେ​‌ବେ‌ ମଧ୍ୟ ଆମେ ସାଥିରେ ରହିବେ। ଏକୁଟିଆ ମନସ୍ତାପ କରିବା ପରିବର୍ତ୍ତେ ବରଂ ସାଥି ହୋଇ ଦୁଃଖ ବାଣ୍ଟିବା। ଯଦି ହିଟ୍ ହେଲା, ସେଭଳି ସ୍ଥିତିରେ ସମସ୍ତେ ପଞ୍ଚତାରକାରେ ପାର୍ଟି କରିବା। ମୁକ୍ତିଲାଭ ଦିନ ପ୍ରଭାସ ଅନ୍ୟମାନଙ୍କ ଫୋନ୍ ଅପେକ୍ଷାରେ ଥାନ୍ତି। ପ୍ରଥମଦିନ କିନ୍ତୁ ତାମିଲ ସିନେପ୍ରଶଂସକ ଚଳଚ୍ଚିତ୍ରକୁ ଆଦୌ ପସନ୍ଦ କରିନଥିଲେ। ପ୍ରଭାସ କୌଣସି ସୂତ୍ରରୁ ଏଇ ଖବର ପାଇ ତୁରନ୍ତ ଫୋନ୍ ଅଫ୍ କରି ନିଜ କକ୍ଷରେ ପୂରାଦିନ ରହିଲେ। ତହିଁ ଆରଦିନ ରାଜମୌଲୀ ନିଜେ ଆସି ପ୍ରଭାସଙ୍କୁ ଚଳଚ୍ଚିତ୍ରର ହିଟ୍ ସ୍ଥିତି ଅବଗତ କରାଇଥିଲେ। ସେଦିନ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିନଥିବାରୁ ପ୍ରଭାସ ମଧ୍ୟ ଲଜ୍ଜିତ ଅନୁଭବ କରିଥିବାର କହିଛନ୍ତି।

Comments are closed.