ବାହୁବଳୀ ପରେ ଆଦିପୁରୁଷ ସାଜିବେ ପ୍ରଭାସ

ମୁମ୍ବଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାହୁବଳୀ ପ୍ରଭାସ ଏବେ ରୂପେଲୀ ପରଦାରେ ଆଦିପୁରୁଷ ସାଜିବେ। ପ୍ରଭାସ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି। ଏହାର ନିର୍ଦ୍ଦେଶନା ଭାର ‘ତାନାଜୀ’ ନିର୍ଦ୍ଦେଶକ ଓମ୍ ରାଉତ ବହନ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ପ୍ରଭାସ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏହା ଏକ ୩ଡି ଆକ୍ସନ-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ଼ ଭାଷାରେ ରିଲିଜ୍ କରାଯିବ। ଏହା ବ୍ୟତୀତ ପ୍ରଭାସ ଆହୁରି ଅନେକ ଚଳଚ୍ଚିତ୍ରରେ ନଜର ଆସିବେ।