ଚୀନରୁ ଆସାମକୁ ଆସିଲା ପିପିଇ କିଟ୍

ଗୌହାଟି : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେଭଳି ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ପିପିଇ କିଟ୍ କୁ ନେଇ ସମସ୍ୟା ଦେଖାଦେଇଛି। ବିଦେଶରୁ ପିପିଇ କିଟ୍ ପାଇବାରେ ଆସାମ ହେଉଛି ଦେଶରେ ପ୍ରଥମ ରାଜ୍ୟ। ବୁଧବାର ସନ୍ଧ୍ୟାରେ ଚୀନରୁ ଏକ ବିମାନରେ ୫୦ ହଜାର ପିପିଇ କିଟ୍ ଆସାମରେ ପହଞ୍ଚିଛି। ବିଭିନ୍ନ ଦେଶ ଏହି କିଟ୍ ପାଇଁ ଚୀନ ଉପରେ ନିର୍ଭର କରୁଥିବା ବେଳେ ଏହା ଭାରତର ଆସାମକୁ ମଳିଛି। ଏହି କିଟ୍ ପାଇବା ପରେ ଏବେ ଆସାମ ସରକାର ପିପିଇ କିଟ୍ ଆବଶ୍ୟକତା ପୂରଣ କରିପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।