କୋଭିଡ଼ ହସ୍ପିଟାଲ ଠାରୁ ମାତ୍ର ୧୦୦ ମିଟର ଦୂରରେ ପଡିଛି ପିପିଇ କିଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ହିର୍ଲି ସ୍ଥିତ କୋଭିଡ ହସ୍ପିଟାଲ ଠାରୁ ମାତ୍ର ୧୦୦ ମିଟର ଦୂରରେ ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର ସମ୍ମୁଖ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡରେ ପଡିରହିଛି ଏକ ପିପିଇ କିଟ। କରୋନା ରୋଗୀକୁ ନେବା ଆଣିବା କରୁଥିବା କୌଣସି ଏକ ଆମ୍ୱୁଲାନସ କର୍ମଚାରୀ ଏହାକୁ ଫିଙ୍ଗି ଦେଇଥିବା ଅନୂମାନ କରାଯାଉଛି। କିଟ ପଡିଥିବା ରାସ୍ତାରେ ହଜାର ହଜାର ଲୋକ ଯିବା ଆସିବା କରୁଥିବାରୁ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ସେହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ପୋଲିସ କର୍ମଚାରୀ ଯିବା ଆସିବା କରୁଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିବା ଜଣାପଡିଛିl

ସୂଚନାଯୋଗ୍ୟ ଯେ ଗତକାଲି ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ କୁମାର ମହାପାତ୍ର ଓ ଡ଼ିଏମଇଟି ନିର୍ଦେଶକ ଚନ୍ଦ୍ର ବିଜୟ କେତନ ମହାନ୍ତି ନବରଙ୍ଗପୁର ଜିଲ୍ଲାଗସ୍ତରେଆସି ସେହି ରାସ୍ତା ଦେଇ କୋଭିଡ ହସ୍ପିଟାଲକୁ ଯାଇଥିଲେ ମଧ୍ୟ କାହାରିକୁ ନଜର ନ ଆସିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛିl ପିପିଇ କିଟକୁ ବ୍ୟବହାର କରି ତାହାକୁ କିପରି ଭାବେ ନଷ୍ଟ କରାଯିବ ସେଥିପାଇଁ ସରକାର ନିୟମ କରିଥିଲେ ମଧ୍ୟ ଏଠାରେ ତାହାର ଉଲଂଘନ ହୋଇଥିବା ଦେଖିବାକୁ ମିଳିଛିl

Comments are closed.