ଅବାଧ ବାର୍‌ହା ଶିକାର ଯୋଗୁଁ ୫ଟି ପଞ୍ଚାୟତରେ ବିଦ୍ୟୁତ୍ ବିଭ୍ରାଟ୍

ରେଙ୍ଗାଲି : ରେଙ୍ଗାଲି ଏବଂ ଭୋଜପୁର  ରେଞ୍ଜ୍ ସୀମାନ୍ତରେ ଥିବା ଶରଧାପାଲି ଓ ବିଞ୍ଜିପାଲି ସେକସନ୍ ଅଧିନସ୍ଥ ଜଙ୍ଗଲରେ ଗତ କିଛି ଦିନ ହେଲା ବିଦ୍ୟୁତ୍ ତାର ମାଧ୍ୟମରେ ଅବାଧ ବାର୍‌ହା ଶିକାର ଯୋଗୁଁ ୫ଟି ପଞ୍ଚାୟତରେ ରାତି ଅଧରୁ ବିଦ୍ୟୁତ୍ ବିଭ୍ରାଟ ଦେଖା ଦେଉଛି। ଫଳରେ ସଂପୃକ୍ତ ପଞ୍ଚାୟତ ଅଞ୍ଚଳର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଇଡା ଗ୍ରୀଡ୍ ରୁ ଲଇଡା,ରେଙ୍ଗଲୋଇ,କିନାଲୋଇ,ମହଦା,କେନାଢିପା ଆଦି ପଞ୍ଚାୟତ ଅଞ୍ଚଳକୁ ବିଦ୍ୟୁତ୍ ଲାଇନ୍ ସଂଯୋଗ କରାଯାଇଛି। ଗତ କିଛି ଦିନ ହେଲା ଭୋଜପୁର ରେଞ୍ଜ୍ ଅଧିନରେ ଥିବା ବିଞ୍ଜିପାଲି ସେକ୍ସନ୍ ର ବିଞ୍ଜିପାଲି ଅଞ୍ଚଳ ଏବଂ ରେଙ୍ଗାଲି ରେଞ୍ଜ୍ ର ଶରଧାପାଲି ସେକ୍ସନ୍ ଅଧିନସ୍ତ ଗଣ୍ଡାଲୋନା,କିନାଲୋଇ ଆଦି ଅଞ୍ଚଳରେ ଥିବା ଜଙ୍ଗଲ ତଳି ଅଞ୍ଚଳରେ ଶିକାରୀ ମାନେ ବାର୍‌ହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଉଛନ୍ତି ବୋଲି ଅଭିଯୋଗ ହେଉଛି। ଫଳରେ ରାତି ୧୧ଟା ପରେ ଉପରୋକ୍ତ ୫ଟି ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ଗ୍ରାମରେ ବିଦ୍ୟୁତ୍ ବିଭ୍ରାଟ ଦେଖା ଦେଇ ଉପଭୋକ୍ତା ଅନ୍ଧାରରେ ରହୁଛନ୍ତି। ପରବର୍ତ୍ତି ଦିନ ସକାଳୁ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ଫିଉଜ୍ ବାନ୍ଦୀଲା ପରେ ଯାଇ ଉପଭୋକ୍ତା ବିଦ୍ୟୁତ୍ ଲାଇନ୍ ପାଉଛନ୍ତି। ଉପରୋକ୍ତ ଅଞ୍ଚଳରେ ବାର୍‌ହା ଶିକାର କରାଯାଇ ସୀମାନ୍ତବର୍ତ୍ତୀ ଝାରସୁଗୁଡା ଜିଲ୍ଲାର ସମାସିଂହା ଅଞ୍ଚଳକୁ ବ୍ୟବସାୟିକ ଭିତ୍ତିରେ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଭାବରେ ଚାଲିଥିବା ଅବାଧ ବାର୍ହା ଶିକାର ରୋକିବା ଦିଗ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.