କୁକୁଡ଼ା ଚାଷ ନିମନ୍ତେ ୪୦% ଆର୍ଥିକ ସହାୟତା ଦେବ ପ୍ରାଣୀସମ୍ପଦ ବିଭାଗ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରବାସୀଙ୍କୁ ଆର୍ଥିକ ସହାୟତା ଏବଂ ୬୫୬ କୁକୁଡ଼ା ଚାଷୀଙ୍କୁ ୪୦ ପ୍ରତିଶତ ରିହାତି ଯୋଗାଇ ଦେବ ବୋଲି ସୂଚନା ଦିଆଯାଇଛି। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଲୋକମାନଙ୍କ ରୋଜଗାର ସୁଯୋଗ ସୃଷ୍ଟି ନିମନ୍ତେ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ଅନେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି।

ରାଜ୍ୟ ଯୋଜନାରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡାଦିଆ କୁକୁଡ଼ା ଚାଷ ନିମନ୍ତେ ୪୦ ପ୍ରତିଶତ ରିହାତିରେ ପ୍ରୋତ୍ସାହନ ପ୍ରଦାନ କରାଯିବ। ସେହିପରି ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡିପ୍‌ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ ଋଣ ଯୋଗାଇ ଦିଆଯିବ ଏବଂ ୪୦ ପ୍ରତିଶତ ରିହାତିରେ ବ୍ରଏଲର କୁକୁଡ଼ା ଚାଷ ପାଇଁ ପ୍ରବାସୀ ଶ୍ରମିକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.