ଆଳୁର ଉପକାରିତା

0

ପରିବା ମଧ୍ୟରେ ଆଳୁକୁ ରାଜା ବୋଲି କୁହାଯାଇଥାଏ। ଯେକୌଣସି ତରକାରୀ ହେଉ ଅଥବା ଭଜା ହେଉ ସବୁ ଥିରେ ଆଳୁର ବ୍ୟବହାର ଅପରିହାର୍ଯ୍ୟ ଅଟେ। ଆଳୁରେ ଭିଟାମିନ ସି,ଆଇରନ,ମାଙ୍ଗାନିଜ ଭଳି ପୋଷକତତ୍ତ୍ୱ ଆଦି ରହିଛି।
ଭୋକ – ଆଳୁକୁ ତରକାରୀରେ ହେଉ ଅଥବା ଚକଟା ହେଉ ଯେଭଳି ମଧ୍ୟ ଖାଇଲେ ଭୋକର ମାତ୍ରା କମ ହୋଇଥାଏ।


ଆଳୁ ଚୋପା – ଆଳୁକୁ ଭଲ ଭାବେ ଧୋଇବା ଉଚିତ। ମାତ୍ର ଏହାର ଚୋପା ଛଡ଼ାଇବା ଉଚିତ ନୁହେଁ। ଏହାର ଚୋପାରେ ମଧ୍ୟ ଭିଟାମିନ ଥାଏ। ଏହା ଛଡ଼ା ଚୋପା ସହ ଏହାକୁ ତରକାରୀ ହେଉ ଅଥବା ଯେକୌଣସି ଖାଦ୍ୟରେ ପକାଇଲେ ଖାଦ୍ୟ ଅଧିକ ସ୍ୱାଦିଷ୍ଟ ହୋଇଥାଏ।

ସିଝା ଆଳୁର ପାଣି – ଆଳୁର ସିଝା ପାଣିକୁ ପିଇବା ଦ୍ୱାରା ପାଚନ କ୍ରିୟାରେ ଥିବା ସମସ୍ୟା ଦୂର ହୋଇଥାଏ।
ଆଳୁ ରସ ଓ ଲେମ୍ବୁ ରସ – ଆଳୁର ରସକୁ ବାହାର କରି ଏହାକୁ ଲେମ୍ବୁର ରସ ସହ ମିଶାଇ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଓ ସୁନ୍ଦର ଦେଖାଯାଏ।


ସିଝା ଆଳୁର ପାଣି – ଏହାକୁ କେଶରେ ଲଗାଇଲେ କେଶ ମଜବୁତ ହେବା ସହ କେଶ ଉପୁଡ଼ିବା ହ୍ରାସ ପାଇଥାଏ।

Leave A Reply