ରକ୍ତଚାପକୁ ନିୟନ୍ତ୍ରଣ କରେ ଆଳୁ

ପନିପରିବା ମଧ୍ୟରେ ରାଜା କୁହାଯାଉଥିବା ଆଳୁ ସମସ୍ତ ଗୃହର ରୋଷେଇ ଘରେ ନିଶ୍ଚୟ ରହିଥାଏ। ଏହା ଏପରି ଏକ ଦ୍ରବ୍ୟ ଯାହାକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଅନ୍ୟାନ୍ୟ ତରକାରୀରେ ଏହାର ବ୍ୟବହାର ନହେଲେ ତରକାରୀର ସ୍ୱାଦ ମଧ୍ୟ କମିଲା ଭଳି ମନେ ହୋଇଥାଏ। ମାତ୍ର ଆପଣଙ୍କୁ ହୁଏତ ଜଣାନଥିବେ ରକ୍ତ ଚାପ ରୋଗୀଙ୍କ ପାଇଁ ଏହା ଖୁବ ହିତକାରକ ଅଟେ। ଏହାକୁ ଖାଇବା ଦ୍ୱାରା ରକ୍ତଚାପର ସ୍ତର ନିୟନ୍ତ୍ରିତ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ….
ଆଳୁରେ ଅଧିକ ପରିମାଣରେ କାବ୍ରୋହାଇଡ଼୍ରେଟ ରହିଛି। ଏହାସହ ଏଥିରେ ଅଧିକ ମାତ୍ରାରେ ଭିଟାମିନ ସି, ଫାଇବର, ଭିଟାମିନ ବି ଓ ଆଖିକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି।
ଆଳୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ। ଆଳୁରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପ ସ୍ତରକୁ ବଢିବାକୁ ଦେଇନଥାଏ।
ସତେଜ ଆଳୁକୁ ଜୁସ କରି ମଧ୍ୟ ରକ୍ତଚାପ ରୋଗୀ ପିଇପାରିବେ। ଏହାର ଜୁସ ପ୍ରସ୍ତୁତ କରିବା ପାଇଁ ଆଳୁର ଚୋପା ବାହାର କରି ଏହାକୁ ପେଷି ଦିଅନ୍ତୁ। ଏହାପରେ ଛାଣି ଏହାକୁ ପିଇପାରିବେ। ଏକ ଗବେଷଣାରୁ ଜଣାଯାଇଛି ଯେ, ଆଳୁରେ କ୍ଲୋରୋଜେନିକ ଏସିଡ଼ ଓ ଆନଥୋସାୟନିନ କେମିକାଲ ରହିଛି। ଯାହା ରକ୍ତଚାପକୁ କମ କରିଥାଏ।

Comments are closed.