ସାକ୍ଷୀଗୋପାଳ ଉପ ଡାକଘର ଅଚଳ ; ଦେଖିବାକୁ କେହି ନାହିଁ

0

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଉପ ଡାକଘର ପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁନଜର ନଥିବା ହେତୁ ତାହା ଅଚଳ ହେବାକୁ ବସିଲେଣି । ପୂର୍ବରୁ ଏହି କାର୍ଯ୍ୟାଳୟରେ ସବୁବେଳେ ଜନ ଗହଳି ଲାଗି ରହୁଥିଲା । କିନ୍ତୁ ବର୍ତ୍ତମାନ ଅଳ୍ପ ଲୋକ ଏହି ଡାକଘରକୁ ଆସୁଛନ୍ତି। ଅଫିସରେ ପୁରୁଣା କମ୍ପ୍ୟୁଟର ରହିଥିବା ବେଳେ ତାହା ବେଳେବେଳେ ଠିକ ଭାବେ କାମ କରିନଥାଏ । ଦୀର୍ଘଦିନ ହେବ ଜେନେରେଟର ପୋଡି ଯାଇଥିଲେ ମଧ୍ୟ ତାହାର ମରାମତି ହୋଇ ନାହିଁ। ଲାଇନ କଟିଲେ ସବୁ କାମ ବନ୍ଦ । ଏହି ଡାକଘରେ ପୋଷ୍ଟମାଷ୍ଟରଙ୍କୁ ମିଶାଇ ମାତ୍ର ଚାରିଜଣ କର୍ମଚାରୀ ଅଛନ୍ତି । ନିଜେ ପୋଷ୍ଟମାଷ୍ଟର ଲଫାପା ଟିକଟ ବିକ୍ରି ରେଜେଷ୍ଟ୍ରି ଡାକ ଆଦି କାଉଣ୍ଟରରେ ବସି କାର୍ଯ୍ୟ କରୁଥିବାର ଦେଖାଯାଉଛି । ସେହିପରି ଘର ଛାତରୁ ସିମେଣ୍ଟ ପଲସ୍ତରା ଅତଡା ଛିଣ୍ଡି ତଳେ ପଡୁଛି । ଏଥିପାଇ କର୍ମଚାରୀମାନେ ଭୟଭୀତ ହୋଇ ରହୁଥିବାର ଜଣାପଡିଛି। ଡାକଘର ପାଖରେ ଦୁଇ ଟ୍ରକ ପଇଡ ଠୋଲା ଗଦା ହୋଇଛି । ପାଚିରୀ ପାର୍ଶ୍ବ ମୁକ୍ତାକାଶ ଶୌଚାଳୟ ପାଲଟିଛି । ଏହାର ପ୍ରତିକାର କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Leave A Reply