ପଶ୍ଚିମବଙ୍ଗ : ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ କେନ୍ଦ୍ରର ଉଦବେଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନ ପରେ ମଧ୍ୟ ଲାଗି ରହିଥିବା ହିଂସାକୁ ନେଇ କେନ୍ଦ୍ର ସରକାର ଗଭୀର ଉଦବେଗ ପ୍ରକାଶ କରିବା ସହ ଏହି
ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୂଚନା ଅନୁସାରେ ଗତ କିଛି ସପ୍ତାହ ହେବ ଲାଗି ରହିଥିବା ହିଂସାକୁ ରୋକିବାରେ
ରାଜ୍ୟ ସରକାର ବିଫଳ ହେବାଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରୁ ନାହିଁ। ସଦ୍ୟ ରିପୋର୍ଟ ଅନୁସାରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭଙ୍ଗିପାରା, ହାତ୍‍ଗାଚ୍ଛା ଅଞ୍ଚଳରେ ଶନିବାର ନିର୍ବାଚନ ପରବର୍ତ୍ତୀ ହିଂସାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ
ଅଞ୍ଚଳରେ ଘଟିଥିବା ହିଂସା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣଙ୍କୁ
ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯେଉଁ ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ପାଳନରେ ଅବହେଳା କରୁଛନ୍ତି,
ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛି ।

Comments are closed.