୬ମାସ ପାଇଁ ବନ୍ଦ ହେଲା ଗଙ୍ଗୋତ୍ରୀ : ଆସନ୍ତାକାଲିଠାରୁ ବନ୍ଦ ହେବ ଯମୁନୋତ୍ରୀ ଓ କେଦାର ଧାମ

ଉତ୍ତରାଖଣ୍ଡ : ପବିତ୍ର ଗୋବର୍ଦ୍ଧନ ପୂଜା ଅବସରରେ ଉତ୍ତରାଖଣ୍ଡରେ ସୋମବାର ଠାରୁ ୬ ମାସ ପାଇଁ ଶୀତକାଳୀନ ଗଙ୍ଗୋତ୍ରୀ ଧାମର ପବିତ୍ର ସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଛି। ଯମୁନୋତ୍ରୀ ଓ କେଦାରନାଥକୁ ମଙ୍ଗଳବାର ଠାରୁ ବନ୍ଦ ରଖାଯିବ। ବେଦମନ୍ତ୍ର ଉଚ୍ଚାରଣ ସହ ଗଙ୍ଗାଦେବୀଙ୍କୁ ଆଜି ରେ ପୂଜାର୍ଚ୍ଚନା କରାଯାଇଥିଲା । ଗଙ୍ଗୋତ୍ରୀ ମନ୍ଦିର ବନ୍ଦ କରିବା ପୂର୍ବରୁ ପୂଜକମାନେ ସ୍ବତନ୍ତ୍ର ପୂଜାପାଠ କରିଥିଲେ।

ଚାର୍‍ଧାମ୍‍ ବୋଲି କୁହାଯାଉଥିବା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ପ୍ରତିକୂଳ ପାଗ ଯୋଗୁଁ ତୀର୍ଥଯାତ୍ରୀମାନଙ୍କ ପାଇଁ ୬ ମାସ ସକାଶେ ବନ୍ଦ ରଖାଯିବ।

Comments are closed.