ପାରାଦ୍ବୀପ ସମେତ ସବୁ ବନ୍ଦର, ପୋତାଶ୍ରୟ ଶ୍ରମିକଙ୍କ ପାଇଁ ନୂଆ ମଜୁରି ଚୁକ୍ତି

0

ମୁମ୍ବଇ : ମୁମ୍ବଇଠାରେ ବନ୍ଦର ଏବଂ ପୋତାଶ୍ରୟର ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ବର୍ଗର ଶ୍ରମିକମାନଙ୍କ ପାଇଁ ଏକ ନୂଆ ମଜୁରି ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ଜାହାଜ ଚଳାଚଳ, ସଡ଼କ ପରିବହନ ଏବଂ ରାଜପଥ ଏବଂ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ  ନୀତୀନ ଗଡ଼କରୀଙ୍କ ଉପସ୍ଥିତିରେ ଏହି ନୂଆ ମଜୁରି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣାରେ ମୂଳ ଦରମା ସହିତ ୧୦.୬% ଫିଟମେଣ୍ଟ ଦିଆଯିବାର ବ୍ୟବସ୍ଥା ରହିଛି। ସର୍ବନିମ୍ନ ବର୍ଗର ଶ୍ରମିକମାନେ ୨୦,୯୦୦-୪୩,୬୦୦ଟଙ୍କାର ପେ-ସ୍କେଲ ପାଇବାକୁ ଥିବା ବେଳେ ସର୍ବୋଚ୍ଚ ବର୍ଗର ଶ୍ରମିକମାନେ ୩୬,୫୦୦-୮୮,୭୦୦ ଟଙ୍କାର ପେ-ସ୍କେଲ ହାରରେ ଦରମା ପାଇବେ।
ଏହି ଚୁକ୍ତି ଦ୍ୱାରା ପାରାଦ୍ବୀପ ସମେତ ସମସ୍ତ ବୃହତ ବନ୍ଦରରେ କାର୍ଯ୍ୟରତ ୩୨,୦୦୦ରୁ ଊର୍ଦ୍ଧ୍ବ ବନ୍ଦର ଏବଂ ପୋତାଶ୍ରୟ ଶ୍ରମିକଙ୍କ ସମେତ ୧,୦୫,୫୦୦ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ ପେନସନଭୋଗୀ ଉପକୃତ ହେବେ। ଏହି ଚୁକ୍ତି ଦ୍ୱାରା ସମସ୍ତ ବୃହତ ବନ୍ଦରଗୁଡ଼ିକର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜକୋଷ ଉପରେ ବାର୍ଷିକ ୫୬୦ କୋଟି ଟଙ୍କାର ବ୍ୟୟ  ପଡ଼ିବ।
ଏହି ଅବସରରେ ଶ୍ରୀ ଗଡ଼କରୀ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଜନସାଧାରଣଙ୍କ କଲ୍ୟାଣ ଏ ସରକାରଙ୍କ ମୁଖ୍ୟ ପ୍ରାଥମିକତା। ବୃହତ ବନ୍ଦରଗୁଡ଼ିକ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ବାହକ ସାଜିଥିବାରୁ ମୁଁ ଆନନ୍ଦ। ବୃହତ ବନ୍ଦରଗୁଡ଼ିକ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନେଇଛନ୍ତି, ସେମାନେ ପ୍ରଥମେ ତୃତୀୟ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କ ମଜୁରି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।
ପ୍ରଧାନ ଶ୍ରମ ଆୟୋଗଙ୍କର ପ୍ରତିନିଧିତ୍ୱ କରୁଥିବା ଆଂଚଳିକ ଶ୍ରମ ଆୟୋଗଙ୍କ ସମ୍ମୁଖରେ ଶିଳ୍ପ ବିବାଦ ଆଇନ, ୧୯୪୭ର ଧାରା ୧୨(୩) ଅଧୀନରେ ୬ଟି ବନ୍ଦର ଏବଂ ପୋତାଶ୍ରୟ ଶ୍ରମିକ ସଂଗଠନ ଏବଂ ବନ୍ଦର ପରିଚାଳନା କର୍ତୃପକ୍ଷଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଜାନୁଆରୀ ୧, ୨୦୧୭ ଠାରୁ ପିଛିଲା ଭାବେ ଲାଗୁ ହେବ। ବନ୍ଦର କ୍ଷେତ୍ରରେ ଏହି ପାଂଚ ବର୍ଷୀଆ ବୁଝାମଣା କାର୍ଯ୍ୟକାରୀ ହୋଇଛି। ବହୁସଂଖ୍ୟକ ବୃହତ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ୧୦ ବର୍ଷର ଅବଧି ଲାଗି ଏହା କାର୍ଯ୍ୟକାରୀ ହୋଇଛି।

Leave A Reply