ସାବଧାନ! ଦୁଇରୁ ଅଧିକ ପିଲା ଜନ୍ମ କଲେ ହେବ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୧୨୫ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ଦୃଢ ଆଇନ୍‍ ପ୍ରଣୟନ କରିବାକୁ ଦାବି କରିଛନ୍ତି। ଏହାସହ ବିଜେପି ସମେତ ଟିଡିପି, ଶିବସେନା ଏବଂ ଅନ୍ୟଦଳର ସାଂସଦମାନେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଗତ ଶୁକ୍ରବାର ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ଆଣିବାକୁ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଜେପି ସାଂସଦ ମୀନାକ୍ଷି ଲେଖି, ଉଦୟ ପ୍ରତାପ ସିଂହ, ସଂଜୀବ ବାଲିୟାନ, ଲକ୍ଷ୍ମଣ ଯାଦବ, ଶିବସେନାର ଅରବିନ୍ଦ ସାଭନ୍ତ, ଟିଡିପିର ରାମବାବୁ ନାଇଡୁ ଏବଂ ଜଦେବ ଗଲ୍ଲା, ସୁରେଶ ଅଙ୍ଗଡ଼ି ସମେତ ଅନ୍ୟ ସାଂସଦମାନେ ଭାଗ ନେଇଥିଲେ। ଏକ ବେସରକାରୀ ସଂସ୍ଥା (ଏନ୍‍ଜିଓ) ସହ ମିଶି ପ୍ରସ୍ତୁତ କରାଯାଇଥିବା ଏହି ସ୍ମାରକପତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ସ୍ମାରକପତ୍ର ଅନୁସାରେ ତୃତୀୟ ପିଲା ଜନ୍ମ କ୍ଷେତ୍ରରେ ଦମ୍ପତିଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବ ଓ ତୃତୀୟ ପିଲା ଜନ୍ମ ଦେଇଥିବା ଦମ୍ପତିଙ୍କୁ ସରକାରୀ ଚାକିରି ହରାଇବାକୁ ପଡ଼ିବ। ସେହିପରି ତୃତୀୟ ପିଲା ଜନ୍ମ ଦେଇଥିବା ଦମ୍ପତିଙ୍କ ନିକଟରୁ ଲୋକସଭା ନିର୍ବାଚନରେ ମତଦନା ଅଧିକାରକୁ ପ୍ରତ୍ୟାହାର କରିନିଆଯିବ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହି ଆଇନ ସମସ୍ତ ଦେଶବାସୀଙ୍କ ପାଇଁ ଲାଗୁ ହେବ।

Leave A Reply