ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବାଙ୍କୀ : ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଶୁକ୍ରବାର ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ପ୍ରଚାର ଗାଡିର ସୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ ଡାକ୍ତର ଅସୀତ ମାଝି, ସନ୍ତୋଷ ସାହୁ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ପରିବାର ନିୟୋଜନ ପକ୍ଷ ପାଳନ ଅବସରରେ ଏହି ସଚେତନତା ପକ୍ଷ ପାଳନ କରାଯାଉଛି । ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର, ଓସ୍ତିଆ, କଦଳୀବାଡି, କନ୍ତପହଁରା, ବନ୍ଦାଳ ଓ ବାଉଁଶପୁଟ ଆଦି ପଞ୍ଚାୟତ ଏହି ସଚେତନତା ଗାଡି ପରିକ୍ରମା କରିବା ସହିତ ଜନ୍ମ ନିୟନ୍ତ୍ରଣର ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ଅବଲମ୍ବନ ସମ୍ପର୍କରେ ଜନସାଧାରଣଙ୍କୁ ଭିଡିଓ ପ୍ରଚାର ମାଧ୍ୟମରେ ସଚେତନ କରିବ ଏବଂ ରବି, ସୋମ ଓ ମଙ୍ଗଳବାର ୩ଦିନ ମଧ୍ୟରେ ପଶ୍ଚିମ ବାଙ୍କୀର ଅନ୍ୟ ସମସ୍ତ ୧୩ ଗୋଟି ପଞ୍ଚାୟତରେ ଏହି ପ୍ରଚାର ଗାଡି ଗଡିବା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.