ପଲିଥିନ ତଳେ ବିତୁଛି ଜୀବନ

ବଙ୍ଗୋମୁଣ୍ଡା:ସରକାର ଗରିବ ଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତଥାପି ମାଳ ମାଳ ଯୋଜନା ସତ୍ୱେ ଅନେକ ଗରିବ ପରିବାର ଅବହେଳିତ ହୋଇ ପଡିରହିବା ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଜନସଚେତନତା ର ଅଭାବ ତଥା ପ୍ରଶାସନିକ ଅବହେଲା ଯୋଗୁଁ ଅନେକ ଗରିବ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ପଲିଥିନ ତଳେ ବର୍ଷା ଖରା ଓ କାକରରେ ଜୀବନ ଅତିବାହିତ କରିବାକୁ ପଡୁଛି।ଏମିତି ଏକ ଘଟଣାଦେଖିବାକୁ ମିଳିଛି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ପଞ୍ଚ।।ୟତ ର ଡୁମେରମୁଣ୍ଡା ଗ୍ରାମର ଦଳିତ ବସ୍ତିର ଦମ୍ପତି ସୁଜନ ଜାଲ ଏବଂ ତାଙ୍କ ପତ୍ନୀ ସୋମବାରୀ ଜାଲ ତିନି ବର୍ଷ ରୁ ଊର୍ଦ୍ଧ୍ବ ହେବ ପଲିଥିନ ତଳେ ଜୀବନ ବିତାଉଛନ୍ତି ନିଃସନ୍ତାନ ଏହି ଦମ୍ପତିଙ୍କର ରହିବା ପାଇଁ ଘର ଖଣ୍ଡିଏ ନାହିଁ। ଗତ ତିନି ବର୍ଷ ହେବ ପଲିଥିନ ତଳେ ଦୁହେଁ ପଡିରହିଛନ୍ତି। ଘର ଖଣ୍ଡିଏ ତିଆରି କରିବା ପାଇଁ ସକ୍ଷମ ନଥିବାରୁ ଅତି କଷ୍ଟରେ ପଲିଥିନ ତଳେ ଜିଉଁଥିବା କହିଛନ୍ତି।ପଲିଥିନ ତଳେ ଖାଇବା,ପିଇବା ଠୁ ଆରମ୍ଭ କରି ସବୁ କିଛି ବିତିଥାଏ। ବର୍ଷା ହେଲେ ଘରେ ପାଣି ପଡୁଥିବାରୁ ଘର ପାଖ ଲୋକଙ୍କ ଘରେ ଆଶ୍ରୟ ଟିକେ ନେଇଥାନ୍ତି। ଦୟନୀୟ ଅବସ୍ଥାରେ ରହୁଥିବା ଏହି ପରିବାର ଘର ଖଣ୍ଡିକ ପାଇଁ ବାରମ୍ବାର ପ୍ରଶାସନ ଠାରେ ଗୁହାରୀ କରି ନୟାନ୍ତ ହୋଇସାରିଲେଣି।ଏହି ଗରିବ ପରିବାର କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Comments are closed.