ଆବାସ ଯୋଜନା ତାଲିକାରୁ ବାଦ ପଢ଼ିଛନ୍ତି ଭତରା ସାହିର ୧୫ରୁ ଊର୍ଦ୍ଧ୍ବ ଗରିବ ପରିବାର, ସହାୟତା ପାଇଁ ପ୍ରଶାସନକୁ ନିବେଦନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ପଠାଣ ଗୁଡା ଗ୍ରାମର ଭତରା ସାହି ବାସିନ୍ଦାଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇଥିବା ଦେଖିବାକୁ ମିଳିଛି। ସାହିରେ ୧୫ଟି ଗରିବ ପରିବାର ରହନ୍ତି । ବହୁ କଷ୍ଟରେ ନିଜର ପରିବାର ଚଳାଇଥାନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ବେଳେ ଭତରା ସାହି ଲୋକଙ୍କୁ ଉପେକ୍ଷା କରାଯାଇଛି । ଚାଳ ଛପର ଘରେ ବହୁ କଷ୍ଟରେ ରହୁଥିବା ବେଳେ ଭଲ ଘରଟିଏ ପାଇବା ପାଇଁ ଆବେଦନ କରିଥିବା ସତ୍ତେ୍ୱ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ସାମିଲ କରାଯାଇନାହିଁ । ନିର୍ବାଚନ ବେଳେ ନେତାଙ୍କ ପ୍ରତିଶୃତି ମିଳୁଛି ଭତରା ସାହି ବାସିନ୍ଦାଙ୍କୁ କିନ୍ତୁ ପରବର୍ତୀ ପର୍ୟ୍ୟାରେ ତାଙ୍କର ଦୁଃଖ ବୁଝିବାକୁ କେହି ନ ଥିବା ସାହି ବାସି କହିଛନ୍ତି । ଶୀଘ୍ର ଏହି ୧୫ ପରିବାରକୁ ଆବାସ ଯୋଜନାରେ ସାମିଲ କରାଇବା ଲାଗି ସାଧାରଣରେ ଦାବି ହୋଇଛି ।

Comments are closed.